ଶ୍ରୀରାମ ନବମୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ପାଳିତ।
ବେଲଗୁଣ୍ଠା -୨୭/୦୩(ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା ନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଓ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର, ପରିଚାଳନା ସମିତିର ସଭାପତି ଶ୍ରୀ ପବିତ୍ର ସାହୁ, ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ ଦୀପ ପ୍ରଜ୍ବଳନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଙ୍କ ବିଷୟରେ କିଛି ଉପଦେଶ ଦେବା ପରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତା ଓ ହନୁମାନ ବେଶ ରେ ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ହୋଇ ସ୍ଥାନୀୟ ରଘୁନାଥ ମନ୍ଦିର ଓ ବିଭିନ୍ନ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଥ ସଞ୍ଚାଳନ ହୋଇଥିଲା l ଘରେ ଘରେ ମା ଓ ମାଉସୀ ମାନେ ପ୍ରଭୁ ରାମଙ୍କ ପାଦ ଧୋଇ ସ୍ଵାଗତ କରିଥିଲେ l ଲୋପ ପାଇବାକୁ ବସିଥିବା ଆମ ସଂସ୍କୃତି କୁ ଶିଶୁ ମନରେ ଜାଗ୍ରତ କରିବା ଓ ପ୍ରଭୁ ରାମଚନ୍ଦ୍ର ଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ପରିଚାଳନା ସମିତିର ମୁଖ୍ୟ ଲକ୍ଷ ଥିଲା l ଏଥିରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ, ଗୁରୁଜୀ ଗୁରୁମା ମାଉସୀ ମାନେ ସହଯୋଗ କରିଥିଲେ l ପରିଚାଳନା ସମିତିର ଏହି ଆୟୋଜନ କୁ ଲୋକ ମାନେ ଭୁରି ଭୁରି ପ୍ରସଂଶା କରିଥିଲେ।
