ପୁରୁଣାକଟକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦିବ୍ୟ ଭବ୍ୟ ସମାରୋହ ଶ୍ରୀରାମ ନବମୀ ଉତ୍ସବ ଆଜି ଆରମ୍ଭ ହୋଇଯାଇଛି l ଏହି ସମାରୋହରେ ଶହ ଶହ ଶ୍ରଦ୍ଧାଳୁ ଦର୍ଶନକରି ପ୍ରଭୁଙ୍କର କୃପା ଲାଭ କରୁଅଛନ୍ତି l ଚଳିତ ବର୍ଷ କର୍ତ୍ତା ଭାବରେ ଉମାଶଙ୍କର ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ସୁଜାତା ପଟ୍ଟନାୟକ ପୂଜାରେ ବସିଅଛନ୍ତି l ପୁରୋହିତ ଭାବରେ ରାଧାକାନ୍ତ ପାଢ଼ୀ ଓ ତାଙ୍କର ପୁତ୍ର ଭାଗିରଥି ପାଢ଼ୀ ପୂଜନକାର୍ଯ୍ୟ ସମ୍ପାଦନ କରୁଅଛନ୍ତି l ପ୍ରତିଦିନ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଅଛି l ଆସନ୍ତା ଏପ୍ରିଲ 5 ତାରିଖ ରବିବାର ଦିନ ଏହି ସମାରୋହ ପୂର୍ଣ୍ଣାହୁତି ଦ୍ୱାରା ସମାପନ ହେବ l
