*ତାଳଚେର ର ବିଭିନ୍ନ ସମସ୍ୟା ନେଇ କୋଲ ଇଣ୍ଡିଆ ଅଧ୍ୟକ୍ଷ ଙ୍କ ସହ ଫୋନ ଯୋଗେଁ କଥାହେଲେ ସାଂସଦ ରୁଦ୍ର ପାଣି*
ତାଳଚେର :ତା 27/03/2026: କୋଲ ଇଣ୍ଡିଆ ର ଅଧ୍ୟକ୍ଷ ବି ସାଇରାମ ଶୁକ୍ରବାର ତାଳଚେର ଗସ୍ତ କରିଛନ୍ତି |ଦିଲ୍ଲୀ ରେ ପାର୍ଲିଆମେଣ୍ଟ ଚାଲିଥିବା ହେତୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଦିଲ୍ଲୀ ଗସ୍ତ ରେ ଅଛନ୍ତି |କୋଲ ଇଣ୍ଡିଆ ଅଧ୍ୟକ୍ଷ ବି ସାଇରାମ ଙ୍କ ସହ ଫୋନଯୋଗେଁ ଢେଙ୍କାନାଳ ସାଂସଦ ଶ୍ରୀ ପାଣି କଥା ହୋଇ ତାଳଚେର ର ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇବା ସହ ସମାଧାନ କରିବା ପାଇଁ କହିଛନ୍ତି |ତାଳଚେର ରେ ବହୁବାର ମାଟି ଦବିବା ଘଟଣା ବିଷୟରେ ସାଂସଦ ପୂର୍ବରୁ କୋଇଲା ମନ୍ତ୍ରୀ, ଡିଜିଏମଏସ ଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଆଜି କୋଲ ଇଣ୍ଡିଆ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହାକୁ ଗୁରୁତ୍ବର ସହ ବିଚାର କୁ ନେଇ କାର୍ଯ୍ୟ କରିବାକୁ ସାଂସଦ କହିଛନ୍ତି |ତାଳଚେର ରେ ଏଜ ନୂତନ କୋଇଲା କମ୍ପାନୀ ବ୍ରାହ୍ମଣୀ କୋଇଲା କମ୍ପାନୀ ପ୍ରତିଷ୍ଠା କରିବାକୁ ସାଂସଦ କହିଛନ୍ତି |ତାଳଚେର ରେ ଜମିହରା ଲୋକ ଙ୍କର ସମସ୍ୟା ଥଇଥାନ ଓ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସମାଧାନ କରିବା ଦିଗରେ ଏମସିଏଲ କୁ ନିର୍ଦେଶ ଦେବା ପାଇଁ ସାଂସଦ କହିଛନ୍ତି |ପୂର୍ବରୁ ସମଗ୍ର ତାଳଚେର ଅଂଚଳ ତଥା ଅନୁଗୁଳ ଜିଲ୍ଲା କୁ ଏକ ମାଷ୍ଟର ପ୍ଲାନ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିବାର ଯୋଜନା କୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ସାଂସଦ କହିଛନ୍ତି |ପ୍ରତି ୩ ମାସ ରେ ଥରେ ତାଳଚେର ଅଂଚଳ କୁ ଗସ୍ତ କରି କୋଇଲା କ୍ଷେତ୍ର ବୁଲିବା ସହ ତାଳଚେର ର ବିକାଶ ମୂଳକ କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତ ଲୋକଙ୍କର ସମସ୍ୟା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ସାଂସଦ ଶ୍ରୀ ପାଣି ଫୋନ ଯୋଗେଁ କୋଲ ଇଣ୍ଡିଆ ଅଧ୍ୟକ୍ଷ ଙ୍କୁ କହିଛନ୍ତି |
