*ରାମ ସ୍ଵାମୀ ମନ୍ଦିର ପରିସର ମଧ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ, ରାମ ଚରିତ୍ର ମାନସ ପଠନ ଉତ୍ସବ,ବିଭିନ୍ନ ସ୍ଥାନରେ ରାମ ଜନ୍ମୋତ୍ସବ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୩.
ନୂଆପଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ରାମ ନବମୀ ଏବଂ ରାମ ଜନ୍ମୋତ୍ସବ ପାଳିତ ହେଉଅଛି। ଆଜି ଖଡିଆଳ ସ୍ଥିତ ରାମ ସ୍ଵାମୀ ମନ୍ଦିର ପରିସର ମଧ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅଷ୍ଟମୀ ତିଥିରୁ ରାମ ଚରିତ୍ର ମାନସ ପଠନ ଉତ୍ସବ ଆରମ୍ଭ ହୋଇ, ଆଜି ଦିନ ୧୧ ଘଣ୍ଟା ରେ ସମାପନ ହୋଇଅଛି। ଆଜି ହବନ ହେବା ସହ ରାମ ଜନ୍ମୋତ୍ସବ ପାଳିତ ହେଉଅଛି। ସମସ୍ତେ ଏକତ୍ର ଭାବରେ ସାମିଲ ହୋଇ ପବିତ୍ର ରାମ ଜନ୍ମ ଉତ୍ସବ ପାଳନ କରୁଛନ୍ତି। ସେହି ପରି ଅନେକ ଗ୍ରାମରେ ଅଷ୍ଟ ପ୍ରହରୀ ନାମ କୀର୍ତ୍ତନ କରିଚନ୍ତି। ଆଜି ସଂଧ୍ୟା ସମୟ ରେ ପବିତ୍ର ବିଶାଲ ଶୋଭାଯାତ୍ରା ନୂଆପଡ଼ା, ଖରୀଆର ରୋଡ, ଭଳି ଅନେକ ସହରରେ ପରିକ୍ରମା କରିବ। ପ୍ରସାଦ ସେବନ ଉତ୍ସବ ପାଳିତ ହେବ।ଅନେକ ସ୍ଥାନ ରେ ଭଣ୍ଡାରା ଅନୁଷ୍ଠିତ ହେଉଅଛି।
