ଜୟ ଶ୍ରୀ ରାମ ନାରାରେ କମ୍ପିଲା ସୋର ସହର:୧୦ହଜାର ରୁ ଉର୍ଦ୍ଧ ରାମ ପ୍ରେମୀ ଙ୍କ ସମାଗମ :
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ‘ଜୟ ଶ୍ରୀରାମ’ ନାରା ରେ ପ୍ରକମ୍ପିତ ସୋର ସହର।ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଉତ୍ସବ ମୁଖର ଗାଁ ଠାରୁ ସହର। ଏଥିରେ ମଧ୍ୟ ସୋର ସହର ବାଦ୍ ପଡ଼ିନାହିଁ। ସୋର ଶ୍ରୀ ରାମ ସେନା ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଶ୍ରୀ ରାମ ନବମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଜି ଶେଷ ଦିନ ଅର୍ଥାତ୍ ଶ୍ରୀରାମ ନବମୀ ମହାସମାରୋହରେ ସୋର ଠାରେ ପାଳିତ ହୋଇଯାଇଛି। ଶ୍ରୀ ରାମ ସେନାର ସଭାପତି ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ୱରେ ଏହି ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ସୋର ଗୋପିନାଥପୁର ଷ୍ଟ୍ରକ୍ଚର ପଡିଆରୁ ଆରମ୍ଭ ହୋଇ ଡାକ୍ତରଖାନା ଛକରେ ଶେଷ ହୋଇଥିବା ନେଇ ସୂଚନା ମିଳିଛି। ଏହି ଅବସରରେ ଏକ ଶୋଭାଯାତ୍ରା ସୋର ପୌରାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁର ଷ୍ଟ୍ରକଚର ପଡିଆରୁ ବାହାରି ସହର ପରିକ୍ରମା କରିବା ସହିତ ରାଇପୁର ହନୁମାନ ମନ୍ଦିରରେ ଶେଷ ହୋଇଥିଲା। ଏହି ଶୋଭାଯାତ୍ରାରେ ସୋରର ବିଭିନ୍ନ ଅଞ୍ଚଳରୁ ୧୧ଟି କମିଟି ତରଫରୁ ୧୫ଟି ମେଢ଼ ସାମିଲ ହୋଇଥିଲା। ଯେଉଁଥିରେ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି ସୁସଜ୍ଜିତ ରଥରେ ସ୍ଥାପନା କରାଯାଇଥିଲା। ଏଥି ସହିତ ବିଭିନ୍ନ ପ୍ରକାର ବାଦ୍ୟ, ନୃତ୍ୟ,ଶ୍ରୀରାମ ଓ ଜୟ ହନୁମାନ ଧ୍ୱନୀରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା। ଶାନ୍ତି ଶୃଙ୍ଖଳାର ସହିତ ଶୋଭାଯାତ୍ରା ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା,ସଦର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର,ଅନନ୍ତପୁର ଥାନାଧିକାରୀ ସରୋଜ କୁମାର ଦାସ,ଖଇରା ଥାନାଧିକାରୀ ଜୟନ୍ତ ପଟ୍ଟନାୟକ,ଏସଆଇ ପ୍ରଭାକର ସାହୁ,ସାଧୁ ସିଂ ଗାଗରାଇ, ପ୍ରୀତିଜିତ ମହାନ୍ତି,ସୁଶୀଲ ମହନ୍ତ,ଏଏସଆଇ ରଞ୍ଜନ ଆଚାର୍ଯ୍ୟ,ସୁନୀଲ କୁମାର ରାଜ,କୈଳାସ ଚନ୍ଦ୍ର ପାତ୍ର,ମୀନକେତନ ପାଢ଼ୀଙ୍କ ସମେତ ଥାନାର ସମସ୍ତ ପୁଲିସ ଅଧିକାରୀ,କର୍ମଚାରୀ ଏବଂ ୫ ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇଥିଲେ। ଶ୍ରୀ ରାମ ସେନା ତରଫରୁ ସମ୍ପାଦକ ମନୀଷ ଗୁପ୍ତା, ବିଷ୍ଣୁ ମୋହନ ପଣ୍ଡା, କାହ୍ନୁଚରଣ ବେହେରା, ସୁଶିଲ ଝୁନଝୁନୱଲା, ଅଜୁ ରଣା, ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ସଂଗଠନ ତରଫରୁ ଦହି ସରବତ, ଆଇସକ୍ରିମ, ବିଭିନ୍ନ ଫଳ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ସୋର ବିଧାୟକ ମାଧବ ଧଡ଼ା,ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସୋର ର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା,୪୫ ନଂ ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ ପ୍ରମୁଖ ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେଇଥିବାର ଦେଖା ଯାଇଥିଲା। ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିବା ପରିଲକ୍ଷିତ ହୋଇଥିଲା।
