*ନୂଆପଡ଼ାରେ କୃଷି ଉତ୍ପାଦକ ସଂଗଠନ ସଦସ୍ୟ ମାନଙ୍କ ନାସିକ୍ ସାହ୍ୟାଦ୍ରି ଫାର୍ମ ଗସ୍ତର ଶୁଭାରମ୍ଭ କଲେ ଜିଲ୍ଲାପାଳ l*
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୨୬/୦୩
ନୂଆପଡ଼ା ଜିଲ୍ଲାରେ କୃଷି ଉତ୍ପାଦକ ସଂଗଠନ (ଏଫ୍ପିଓ) ସଦସ୍ୟମାନଙ୍କ ମହାରାଷ୍ଟ୍ରର ନାସିକ୍ ସ୍ଥିତ ସାହ୍ୟାଦ୍ରି କୃଷି ଫାର୍ମକୁ ଏକ ସାପ୍ତାହିକ କ୍ଷେତ୍ର ପରିଦର୍ଶନ (ଏକ୍ସପୋଜର୍ ଭିଜିଟ୍) ର ଆଜି ଶୁଭାରମ୍ଭ ହୋଇଛି।
ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ପରିସରରୁ ଏହି ଦଳର ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଗସ୍ତ ୨୬ ମାର୍ଚ୍ଚ ଠାରୁ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ।
ସେ ଏହି ଅବସରରେ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇ ନାସିକ୍ରେ ପିଆଜ ଚାଷ, ଉତ୍ପାଦନ ଓ ବଜାର ବ୍ୟବସ୍ଥା ବିଷୟରେ ଅଭିଜ୍ଞତା ଆହରଣ କରି ତାହାକୁ ନିଜ ଜିଲ୍ଲାରେ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ।
ଏହି କ୍ଷେତ୍ର ପରିଦର୍ଶନ ‘ସପୋର୍ଟ ଟୁ ଏଫ୍ପିଓସ୍’ ଯୋଜନା ଅଧୀନରେ ଓଡ଼ିଶା କୃଷି ଉତ୍ପାଦନ ସଶକ୍ତିକରଣ ଓ ଉଦ୍ୟାନ ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି। ଜିଲ୍ଲାର ୮ଗୋଟି କୃଷି ଉତ୍ପାଦକ ସଂଗଠନରୁ ୩ଜଣ ଲେଖାଏ ମୋଟ ୨୪ଜଣ ସଦସ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି।
ବୋଡେନ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗଙ୍କ ନେତୃତ୍ୱରେ ଏହି ଦଳ ଗସ୍ତ କରିଛି। ପରିଦର୍ଶନ ସମୟରେ ସଦସ୍ୟମାନେ ସାହ୍ୟାଦ୍ରି କୃଷି ଫାର୍ମରେ ଆଧୁନିକ ପ୍ରଯୁକ୍ତିରେ ପିଆଜ ଚାଷ, ସଂରକ୍ଷଣ, ପ୍ରୋସେସିଂ ଓ ବଜାରଯୋଗାଣ ବ୍ୟବସ୍ଥା ବିଷୟରେ ପ୍ରାୟୋଗିକ ଅଭିଜ୍ଞତା ଅଧିଗତ କରିବେ।
ଏହି ଶୁଭାରମ୍ଭ କାର୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉଦ୍ୟାନ ବିଭାଗର ସହାୟକ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
