*ଅଗ୍ନିବୀର ପରାମର୍ଶ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୬.୦୩
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅଗ୍ନିବୀର ପରାମର୍ଶ ସେବା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ରୁ ପରାମର୍ଶଦାତା ଭାବରେ ସେନା ଅଧିକାରୀ ଶ୍ରୀ ସୁବାସ ଘୋଷ ଏବଂ ନୂଆପଡ଼ା କର୍ମ ନିୟୋଜନ ସଂସ୍ଥା ତରଫରୁ ଶ୍ରୀ ଖଗପତି ମେହେର ସେନା ବିଭାଗରେ ଯୋଗ ଦେବା ସମ୍ପର୍କିତ ବହୁ ଉପାଦେୟପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ।ସେନା ବିଭାଗରେ ଯୋଗ ଦେବା ଅର୍ଥ କେବଳ ଯୁଦ୍ଧ ରେ ଅଂଶ ଗ୍ରହଣ କରିବା ନୁହେଁ ବରଂ ସେନା ବିଭାଗର ବିଭିନ୍ନ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇବା ହୋଇଥାଏ ବୋଲି ଆଲୋଚନା କରିଥିଲେ । ଉକ୍ତ ଆୟୋଜିତ ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ,ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା,IQAC ଅଧିକାରୀ କ୍ୟାପଟେନ ଡ଼ ଵିଷ୍ଣୁ ଦେବ ସିଂ ମଲ୍ଲିକ ,ଜାତୀୟ ସେବା ଯୋଜନା ଅଧିକାରୀ ଡ଼ ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ଜିତେନ୍ଦ୍ର କଳସାଇ, ଅଧ୍ୟାପକ ମୃତୁଞ୍ଜୟ ମେହେର, ଅଧ୍ୟାପକ ଡ଼ ମହାଦେବ ଭୋଇ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଅଧିକ ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଉପକୃତ ହୋଇଥିବା ବେଳେ ବୋଲି ପଣ୍ଡା ପ୍ରକାଶ କରିଥିଲେ।
