ପରଜଙ୍ଗ ମହାବିଦ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ଜାତୀୟ ସେବା ଶିବିର ଉଦଘାଟିତ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ସ୍ଥାନ ପରଜଙ୍ଗ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବୁଧବାର ଦିନ ଗଡ଼ପରଜଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୋଷ୍ୟ ଗ୍ରାମ ଜହ୍ନାପଡ଼ା ଗ୍ରାମରେ ଚଳିତ ମାର୍ଚ୍ଚ ୨୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବାକୁ ଥିବା ସପ୍ତାହ ବ୍ୟାପୀ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ୨୦୨୬ ଉଦଘାଟିତ ହୋଇଯାଇଛି ।ପୋଷ୍ୟ ଗ୍ରାମ ଜହ୍ନାପଡ଼ା ଗ୍ରାମବାସୀଙ୍କୁ ୭ ଦିନ ଧରି ଆଶୁ ଚିକିତ୍ସା ,ସାଇବର ନିରାପତ୍ତା ,ସଡ଼କ ସୁରକ୍ଷା , ଡିଜିଟାଲ ସାକ୍ଷରତା ,ନିଶାମୁକ୍ତ ଅଭିଯାନ , ଲିଙ୍ଗଗତ ବୈଷମ୍ୟ , ଜୈବିକ କୃଷି ,ବନାଗ୍ନି ନିରାକରଣ , ଯୋଗ ଓ ପ୍ରାଣାୟାମ ଉପରେ ସଚେତନ ସୃଷ୍ଟି କରିବା ପାଇଁ ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ତରଫରୁ ଏବଂ ରାଜ୍ୟ ଏନ ଏସ ଏସ କକ୍ଷ ଓ ଜାତୀୟ ସେବା ଯୋଜନା କେନ୍ଦ୍ର , ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କାର୍ଯ୍ୟାଳୟ ସହାୟତାରେ ଜନ ସଚେତନ ବାର୍ତ୍ତା ଦେବା ପାଇଁ ଏହା ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଏହି ଗାଁର ବଉଳ ଛକରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସପ୍ତାହ ବ୍ୟାପୀ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି ।ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ପ୍ରସନ୍ନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଶିବିର ପତାକାକୁ ଉତ୍ତୋଳନ କରି ଶିବିର ଆଭିମୁଖ୍ୟ ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠିତ ସଭାରେ ଅଧ୍ୟାପକ ଶ୍ରୀ ବିଶିକେଶନ କର୍ଣ୍ଣ , ଶ୍ରୀ ସଞ୍ଜୟ କୁମାର ମୁଦୁଲି , ଶ୍ରୀ ସମୀର ମୁକୁଟ , ଶ୍ରୀ କମଳ କିଶୋର ଭୋଇ ,ଗ୍ରାମ୍ୟ କମିଟି ସଭାପତି ଶ୍ରୀ ଲିଙ୍ଗରାଜ ନାୟକ , ଯୁବ ପରିବେଶବିତ୍ ଶ୍ରୀ ଅମୂଲ୍ୟ କୁମାର ସାହୁ ପ୍ରମୁଖ ଶିବିରର ଉଦ୍ଦେଶ୍ୟ ଓ ଏହାର ବିକାଶ,ନିରାକରଣ ସମ୍ପର୍କିତ ସଚେତନତା ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ସାତ ଦିନ ଧରି ଚାଲିବାକୁଥିବା ସଚେତନା ଅଭିଯାନ ଶିବିରକୁ ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ମାନଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ ଲୋଡିଛନ୍ତି । ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଅଞ୍ଜନ କୁମାର ମହାରଣାଙ୍କ ନେତୃତ୍ୱରେ ପରିଚାଳିତ ଶିବିରକୁ ସଞ୍ଚାଳନ କରିଥିଲେ।
