ଅଗ୍ନି ବିପନ୍ନ ପରିବାର ଙ୍କୁ ସହାୟତାର ହାତ ବଢ଼ାଇଲା ଜନମଙ୍ଗଳ(ରାସୋଳ)।
ତା୨୫/୦୩/୨୦୨୬,
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗାଁରେ ଗତ ତା ୨୩/୦୩/୨୦୨୬, ସୋମବାର ଦିନ ଅପରାହ୍ନ ପ୍ରାୟ ତିନି ଘଟିକା ସମୟ ରେ ଅଗ୍ନିକାଣ୍ଡ ଘଟି ସାତ ଗୋଟି ପରିବାର ର ପ୍ରାୟ ୨୦ଜଣ ରୁ ଉର୍ଦ୍ଧ୍ୱ ପିଲା ଠୁ ବୟସ୍କ ସର୍ବସ୍ବlନ୍ତ ହୋଇଯାଇଛନ୍ତି।ସର୍ବ ମୋଟ ୧୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି।ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇ ଥିବାବେଳେ ଗୁହାଳରେ ବନ୍ଧା ଯାଇଥିବା ଏକ ବାଛୁରୀ ମଧ୍ୟ ଜୀବନ୍ତ ପୋଡ଼ିଯାଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା।ବର୍ତମାନ ସମସ୍ତ ସାତ ଗୋଟି ପରିବାର ର ସଦସ୍ୟ ମାନେ ଖୋଲା ଆକାଶ ତଳେ ପାଖ ପଡୋଶୀ ଙ୍କ ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜି ଥିବା ବେଳେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିବା ର ସୂଚନା ମିଳିଛି।ଏପରି ପରିସ୍ଥିତି ରେ ନୂଆବଗ ପଞ୍ଚାୟତ ର ସରପଞ୍ଚ ତଥା ଜନମଙ୍ଗଳ ରାସୋଳ ସଂଗଠନ ର ଉପଦେଷ୍ଟା ମାନସ ଦେହୁରୀ ଅଗ୍ନି ବିପନ୍ନ ପରିବାର ପାଇଁ ତିନି ଦିନ ର ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା ବେଳେ ତାଙ୍କ ନିର୍ଦ୍ଦେଶ କ୍ରମେ ଆଜି ତା୨୫/୦୩/୨୦୨୬, ବୁଧବାର ଅପରାହ୍ନ ଏକ ଘଟିକା ସମୟ ରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ହିନ୍ଦୋଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ),ରାସୋଳ ତରଫରୁ ଆମେ ସବୁ ଅସହାୟ ର ସାଥୀ ଆହ୍ବାନ କୁ ପ୍ରମାଣିତ କରିବା ପୂର୍ବକ ସମସ୍ତ ଅଗ୍ନି ବିପନ୍ନ ପରିବାର ର ମୁଖ୍ୟଙ୍କୁ ପାଞ୍ଚ ଦିନର ରାସନ ସାମଗ୍ରୀ ଯଥା ଚାଉଳ,ଡାଲି,ଚୁଡା,ଚିନି,ଗୁଡ଼,ଅଟା,ଛତୁଆ,ଚାହା,ମସଲା ଗୁଣ୍ଡ, ସାବୁନ,ମହମବତୀ,ଦିଆସିଲି,ମଶା ଧୂପ,ସୋରିଷ ତେଲ ଓ ଶାଢ଼ୀ,ଧୋତି,ଲୁଙ୍ଗି ଆଦି ପ୍ରଦାନ କରାଯାଇଛି।ସଂଗଠନ ର ଅନ୍ୟତମ ଉପଦେଷ୍ଟା ଶ୍ରୀମତି ସତ୍ୟଭାମା ମିଶ୍ର ଙ୍କ ଉପସ୍ଥିତି ରେ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ସଭାନେତ୍ରୀ ନିରୁପମା ମିଶ୍ର,ଉପସଭାନେତ୍ରୀ ପ୍ରତିମା ପାଲ, ସଂଯୋଜକ ଚନ୍ଦନ ସାହୁ ଓ ଆଜୀବନ ସେବକ ପ୍ରଶାନ୍ତ ଦାସ,ନିରାକାର ବୈଦ୍ୟ ସମବେତ ଭାବେ ଅଗ୍ନିବିପନ୍ନ ପରିବାରଙ୍କୁ ସମବେଦନା ଜ୍ଞାପନ କରିବା ସହିତ ସହୃଦୟତା ପୂର୍ଣ୍ଣ ସହଯୋଗ ର ହାତ ବଢ଼ାଇଥିଲେ।
ପ୍ରତିଷ୍ଠାତା ବିଭୁ ଶତପଥୀ ଏଭଳି ମହାବିପତ୍ତି ରେ ପଡ଼ିଥିବା ଲୋକ ମାନଙ୍କୁ ଆଞ୍ଚଳିକ ସ୍ତରରେ ଥିବା ସମଗ୍ର ଓଡ଼ିଶା ର ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କୁ ସହାୟତା ର ହାତ ବଢ଼ାଇବା କୁ ଅନୁରୋଧ ରଖିବା ସହିତ ସରକାରଙ୍କୁ ତ୍ୱରିତ ପଦକ୍ଷେପ ପୂର୍ବକ ଆବାସ ଯୋଜନା ରେ ଘର ଯୋଗାଇ ଦେବା ଓ ଆନୁଷଙ୍ଗିକ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ ରଖିଛନ୍ତି।
ତେବେ ଏଭଳି ହୃଦୟ ବିଦାରକ ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ସାଂସଦ ବିଧାୟକ ଶ୍ରୀ ମହେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ ପୁଡିଆ, ମହିଳା ଓ ପୁରୁଷ ଲୋକମାନଙ୍କୁ ବସ୍ତ୍ର,କମ୍ବଳ ଆଦି ପ୍ରଦାନ କରିଵା ସହିତ କ୍ଷତିଗ୍ରସ୍ତ ମାନଙ୍କୁ ଅନୂରୁପ ଭାବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା, କ୍ଷତିପୂରଣ ଏବଂ ପକ୍କା ଘର ଯୋଗାଇଦେବା ପାଇଁ ଦାବି କରିଛନ୍ତି।ଆଞ୍ଚଳିକ ସ୍ତରରେ ଅନ୍ୟତମ ସ୍ବୈଛାସେଵୀ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ମଧ୍ୟ ସହାୟତା ର ହାତ ବଢ଼ାଇଥିବା ବେଳେ ଅଗ୍ନି ବିପନ୍ନ ପରିବାର ସମସ୍ତ ସାହାଯ୍ୟ କାରୀ ମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହିତ ସେମାନଙ୍କୁ ଏଭଳି ଦୁଃସ୍ଥିତି ରୁ ଉଦ୍ଧାର ପୂର୍ବକ ଯଥାଶୀଘ୍ର ଆବାସ ଯୋଜନା ରେ ଘର ଖଣ୍ଡେ ମିଳୁ ବୋଳି ଦୁଃଖଭରା କଣ୍ଠରେ ବିନମ୍ର ଅନୁରୋଧ ରଖିଛନ୍ତି।
