
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ‘ପଖାଳ ପରବ’ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରୂପେସ ପାଣିଗ୍ରାହୀ।
ଗଜପତି (ଟିକି ଲିମା)
ବିଶ୍ୱ ପଖାଳ ଦିବସ ଅବସରରେ ପାରଳାଖେମୁଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ‘ପଖାଳ ପରବ’ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରୂପେସ ପାଣିଗ୍ରାହୀ। ପଖାଳ କେବଳ ଏକ ସାଧାରଣ ଖାଦ୍ୟ ନୁହେଁ, ଏହା ଆମ ଓଡ଼ିଆ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ସଂସ୍କୃତିର ସ୍ପନ୍ଦନ। ପ୍ରତିଟି ଓଡ଼ିଆଙ୍କ ହାଣ୍ଡିଶାଳରେ ଆଦୃତ ଏହି ପାରମ୍ପରିକ ଖାଦ୍ୟ ଆମକୁ ସରଳତା ଏବଂ ଏକତାର ଶିକ୍ଷା ଦେଇଥାଏ।। ଆଜି ଏହି ପାରମ୍ପରିକ ଖାଦ୍ୟ ବିଶ୍ୱସ୍ତରରେ ‘ପ୍ରାକୃତିକ ପ୍ରୋ-ବାୟୋଟିକ’ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।
ପଖାଳ ପ୍ରସ୍ତୁତିରେ ବ୍ୟବହୃତ ଚାଉଳ ପାଇଁ ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ, ସେମାନଙ୍କୁ ଆଜି କୃତଜ୍ଞତା ଜଣାଉଛି। ଖାଦ୍ୟ ଅପଚୟ ରୋକିବା ଓ ସୁସ୍ଥ ଜୀବନଶୈଳୀ ଆପଣେଇବାରେ ପଖାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ଉତ୍ସବମୟ ଦିବସରେ ପରିବାର ଓ ଆତ୍ମୀୟଙ୍କ ସହ ପଖାଳ କଂସାର ଆନନ୍ଦ ନିଅନ୍ତୁ ଏବଂ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ରଖନ୍ତୁ। ଆସନ୍ତୁ, ଆମର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ନେଇ ଗର୍ବ କରିବା ସହ ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ସଂକଳ୍ପବଦ୍ଧ ହେବା। , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବଲ୍ଲା ସାଇଆମ୍ମା, ଉପ ଜିଲ୍ଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ
