
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିଦାୟ ସମ୍ବର୍ଦ୍ଧନା
ଭବାନୀପାଟଣା, ( କିଶନ୍ ଶର୍ମା )- ସ୍ଥାନୀୟ କଳାକାର ସଂଘ ଠାରେ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସୁଧିର କୁମାର ରଥଙ୍କ ବିଦାୟ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର ସଭାପତି ସନ୍ତୋଷ ଚୌଧୁରୀ ସଭାପତିତ୍ୱ କରିଥିଲେ। ଉକ୍ତ ବେଠକରେ ପୂର୍ବତନ ବିଧାୟକ ଅନାମ ନାଏକ ମୁଖ୍ୟ ଅତିଥି ରୁପେ ଯୋଗଦାନ କରି ରଥଙ୍କ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ। ସମ୍ମାନୀୟ ଅତିଥି ରୁପେ ରାଜ୍ୟ ସଂଘର ସମ୍ପାଦକ ଲେମ୍ପୁ ଚରଣ ସୀରା ଓ ବଲାଙ୍ଗୀର ସବାପତି ହରିକିଷ୍ଣନ ରଥ ଉପସ୍ଥିତ ହୋଇ ଏକ ଆଦର୍ଶ ଶିକ୍ଷକ ତଥା ବଳିଷ୍ଠ ସଂଗଠକର ବିଦାୟ ଏକ ଦୁଃଖ ଦାୟକ ବୋଲି ପ୍ରକାଶ କରିଥିଲେ। ସଂଘର ଉପଦେଷ୍ଠା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ ସୁଧିର ରଥ ଶିକ୍ଷକ ସମାଜ ପାଇଁ ଏକ ଆଦର୍ଶ ଉଦାହରଣ ହୋଇ ସବୁଦିନ ପାଇଁ ରହିବେ ବୋଲି ମତ ପ୍ରକାଶ କରିଥିଲେ। ଏକ୍ସ କେଡର ସଭାପତି ସୁର୍ବତ ଦଣ୍ଡସେନା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଶ୍ରୀ ରଥଙ୍କ ପଥ ଅନୁସରଣ କରି ବିଦ୍ୟାଳୟ ଗଠନ କରିବା ପାଇଁ ଚେଷ୍ଟା କରିବାକୁ ଶିକ୍ଷକ ସମାଜକୁ ଅନୁରୋଧ କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ସିକ୍ଷକ ନେତାମାନେ ଶ୍ରୀରଥଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଉକ୍ତ ବୈଠକରେ ଚକ୍ରଧର ମିଶ୍ର, ଜନାର୍ଦ୍ଧନ ମାଝୀ, ମୁକ୍ତେଶ୍ୱର ପଟ୍ଟନାୟକ, ବୁଟୁ ସରାବୁ, ଜାମିନୀ ମିଶ୍ର, ଅଶୋକ ବାବୁ, ପ୍ରକାଶ ପ୍ରଧାନ, ପ୍ରଶାନ୍ତ ଖମାରୀ, ପ୍ରଫୁଲ୍ଲ ଠାକୁର ଶରତ ଦ୍ୱିବେଦୀ ଦିଗାମ୍ବର ପରିଡା ଓ ବିଭିନ୍ନ ବ୍ଲକରୁ ବହୁ ଶିକ୍ଷକ ଯୋଗଦାନ କରିଥିଲେ। ଶେଷରେ ମୁକ୍ତେଶ୍ୱର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।