ପାଲକଷଣ୍ଢା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଅଣ୍ଡର୍ –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ; ବେଲଗୁଣ୍ଠା ଟିମ୍ ବିଜୟୀ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-୧୬/୦୩, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମ ଖେଳପଡ଼ିଆରେ ଚଳିତ ବର୍ଷ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଅଣ୍ଡର୍ –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସିଜନ୍ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ରେ ମୋଟ ୮ଟି ଦଳ ସହଭାଗ କରିଥିବା ବେଳେ ପ୍ରତ୍ୟେକ ମ୍ୟାଚ ୫ ଓଭର ବିଶିଷ୍ଟ ଥିଲା। ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କମଳ ପ୍ରଧାନ ଉଦ୍ଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମହନ୍ତ ରାମ କୃଷ୍ଣ ଦାସ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ମହାରଣା ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ମଦନ ମୋହନ ସ୍ୱାଇଁ ଓ ନାଟ୍ୟ ନିର୍ଦ୍ଦେଶକ ଜୟନ୍ତ ବେହରା ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ବେଲଗୁଣ୍ଠା ଟିମ ଦୃଢ଼ ପ୍ରଦର୍ଶନ କରି ଖଇରପୁଟି ଟିମକୁ ୮ ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟ୍ ର ଉଦଯାପନୀ କାର୍ଯ୍ୟକ୍ରମରେ ଟିମର ପୂର୍ବତନ ସଦସ୍ୟ ନାରାୟଣ ନାଇକ ଓ ଶିବ ପ୍ରସାଦ ପାତ୍ର ଅତିଥି ଭାବେ ଯୋଗଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ I ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍ କୁ ସଫଳ କରିବାରେ ଟିମର ସଦସ୍ୟ ବସନ୍ତ ବେହରା, ନୀଳକଣ୍ଠ ବେହରା, ପ୍ରଭାତ ବେହରା, ଅନିଲ ପୋଲାଈ, ଆଶିଷ ଜେନା, ଯୁବରାଜ ଜେନା, ଶୁଭମ ବେହରା, ବିଶୁ ଗୌଡ଼ ଓ ବାଦଲ ଜେନା ପ୍ରମୁଖ ସହଯୋଗ କରିଥିଲେ।
ଫଟୋ
