*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ତିଖାଳି ସ୍ଥିତ ଶିବ ମନ୍ଦିର ପଡ଼ିଆ ମଧ୍ୟରେ ତିଖାଲି ଡେମ ଲୋକ ମହୋତ୍ସବ ୨୦୨୬ ଉଦଯାପିତ* ନୂଆପଡା(ମିଖାଏଲ ନନ୍ଦ)
ତା:୧୬.୦୩
ଅଞ୍ଚଳର କଳା ସାହିତ୍ୟ ଏବଂ ସଂସ୍କୃତି କୁ ପୁନଃ ଜୀବିତ କରିବା ପାଇଁ ଅନେକ ମହୋତ୍ସବ ଅନୁଷ୍ଠିତ ହୁଏ। ସେହିପରି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ତିଖାଳି ସ୍ଥିତ ଶିବ ମନ୍ଦିର ପଡ଼ିଆ ମଧ୍ୟରେ ତିଖାଲି ଡେମ ଲୋକ ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଅଛି। ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଅଞ୍ଚଳର ସାହିତ୍ୟ ଓ ଭାଷା ସମୃଦ୍ଧ ହେଲେ ସେହି ଜାତିର ଉନ୍ନତି ସମ୍ଭବ ବୋଲି ଆହ୍ବାନ କରିଥିଲେ। ସଭାରେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଶିକ୍ଷାବିତ ଡଃ ଫାନିନ୍ଦମ ଦେଓ, ଖରୀଆର ରୋଡ ଏନ୍ ଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବ ପାଳନ କମିଟି ତଥା ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ସଭାପତି କରି ଅଞ୍ଚାଲରେ ଥିବା ସମସ୍ୟା କୁ ସମାଧାନ ର ବାଟ ଫିଟାଇଥାଏ ଏହି ମହୋତ୍ସବ ବୋଲି ଉଦବୋଧନ ଦେଇଥିଲେ।ବିଭିନ୍ନ କ୍ଷେତ୍ର ରେ ଅଞ୍ଚଳ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ନେଇ ସାତ ଜଣ ପ୍ରତିଭା ଙ୍କୁ ସମ୍ମାନିତ କରିଥିଲେ । ସଂସ୍କୃତିକୁ ସନ୍ଧ୍ୟା ରେ ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ଗାୟକ ରୁକୁ ସୁନା ଗାୟକିରେ ବିଭୋର ହୋଇଥିଲେ ଦର୍ଶନ। ବିପୁଳ ସମାଗମ ରେ ଉଦଯାପିତ।
