*ସିଙ୍ଗଝର ର ମୁଲାବସା ବନ୍ଧ ଠାରେ କ୍ରୀଡାବିତ୍ ସମ୍ମିଳନୀ ୨୦୨୬ ଅନୁଷ୍ଠିତ*
ନୂଆପଡା( ମିଖାଏଲ ନନ୍ଦ)
ତା: ୧୫.୦୩
ସିନାପାଲି ବ୍ଲକ୍ ସିଙ୍ଗଝର ଅଞ୍ଚଳର ମୁଲାବସା ବନ୍ଧ ପରିସରରେ ସ୍ଥାନୀୟ କ୍ରୀଡାବିତ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଆୟୋଜିତ ଏହି ସମ୍ମିଳନୀରେ ଅଞ୍ଚଳର ବିଭିନ୍ନ କ୍ରୀଡା ଶାଖା ସହ ଜଡିତ ଅନେକ କ୍ରୀଡାବିତ, କ୍ରୀଡାପ୍ରେମୀ ଓ ସମାଜସେବୀମାନେ ଅଂଶଗ୍ରହଣ କରିଥିଲେ। କ୍ରୀଡାବିତ୍ ମାନେ ପରସ୍ପର ସହ ମତ ବିନିମୟ କରିବା ସହ ଅଞ୍ଚଳରେ କ୍ରୀଡାର ବିକାଶ, ଯୁବ ପିଢ଼ିକୁ ଖେଳ ପ୍ରତି ଆକର୍ଷିତ କରିବା ଓ ନୂତନ ପ୍ରତିଭାମାନଙ୍କୁ ଆଗକୁ ଆଣିବା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ଶ୍ରୀ ଗଣେଶ ପୋଢ, ବୁଢ଼ାରଜା କ୍ରିକେଟ୍ କପ୍ ସିଙ୍ଗଝର ସମ୍ପାଦକ ଶ୍ରୀ ପ୍ରେମଚାନ୍ଦ ବୈଠାରୁ, ନଙ୍ଗଲବୋଡ ରୁ କ୍ରୀଡ଼ା ସଂଗଠକ ଦାଦୁ ଖାନ୍, କଳାହାଣ୍ଡି ଚିଚିଆ କ୍ରିକେଟ୍ ସଂଘ ର ସମ୍ପାଦକ ଶ୍ରୀ ସୁଜିତ ସରାଫ୍, ଛତିଶଗଡ଼ ଗୋହରପଦର୍ ରୁ ଶ୍ରୀ ନରୋତ୍ତମ ସିହ୍ନା, ଜିଲ୍ଲା ର ଦୁଇ ବିଶିଷ୍ଟ କ୍ରୀଡାବିତ୍ ସିନାପାଲି ରୁ ଶ୍ରୀ ପ୍ରକାଶ ପାତ୍ର ଏବଂ କୋମନା ରୁ ଶ୍ରୀ ବିଶିକେସନ୍ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ଭାଷ୍ୟକାର ଶ୍ରୀ ଧନଞ୍ଜୟ ମଲ୍ଲିକ ପରିଚାଳନା କରିଥିଲା ବେଳେ ଭାଷ୍ୟକାର ଶ୍ରୀ ଭୀମରାଜ୍ ତାଣ୍ଡି ଧନ୍ଯବାଦ ଅର୍ପଣ କରିଥିଲେ।ଜିଲ୍ଲା ର ଦୁଇ ବରିଷ୍ଠ କ୍ରୀଡ଼ାବିତ ଶ୍ରୀ ପ୍ରକାଶ ପାତ୍ର ଓ ଶ୍ରୀ ବିଶିକେଶନ୍ ବାଗଙ୍କୁ ସମ୍ବର୍ଦ୍ଧିତ
