ଲଭ୍ ଡେଲ ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ
(କଳାହାଣ୍ଡି.ରମେଶ ଅଗ୍ରୱାଲ.)
ଭବାନୀପାଟଣା,୧୫/୦୩: କଳାହାଣ୍ଡି ଜିଲ୍ଲାର ପ୍ରଥମ ପ୍ଲେ ସ୍କୁଲ ଭବାନୀପାଟଣା ସ୍ଥିତ ଲଭ୍ ଡେଲ୍ ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ମିନାକ୍ଷୀ ଫାଉଣ୍ଡେସନର ଅଧ୍ୟକ୍ଷ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଡ଼ ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ମହାନ୍ତି ଓ ମିନାକ୍ଷୀ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶିକା ଅନ୍ୱେଷା ପି ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍କୁଲର ପ୍ରିନ୍ସିପଲ୍ ଏଲିନା ପତି ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ କୃତିତ୍ୱ ଅର୍ଜନ କରିଥିବା ଏହି ବିଦ୍ୟାଳୟର ପୁରାତନ ଛାତ୍ରୀ ସୌମ୍ୟା ସୁଚରିତା ରାୟଗୁରୁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳା ସ୍ନାତକରେ ଟପର୍ ଓ ସୋସିଓଲୋଜି ସ୍ନାତକୋତ୍ତର ଟପର ଏବଂ ପୁରାତନ ଛାତ୍ର ଆର୍ଯ୍ୟାନ୍ ପଣ୍ଡା ବେଡମିଣ୍ଟନ ରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା। ସେହିପରି ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବରେ ପ୍ରଜ୍ଞା ପରମିତା ରାୟଗୁରୁ ଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଜ୍ଞା ପରମିତା ରାୟଗୁରୁ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସ୍ବର୍ଗତା ମିନାକ୍ଷୀ ମହାପାତ୍ରଙ୍କ ଦ୍ଵାରା ୧୯୯୯ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ମିନାକ୍ଷୀ ଫାଉଣ୍ଡେସନ ଦ୍ବାରା ଏହି ଲଭ୍ ଡେଲ୍ ସ୍କୁଲ ପରିଚାଳିତ ହେଉଛି। ସ୍ବର୍ଗତା ମିନାକ୍ଷୀ ମହାପାତ୍ର ଓ ସ୍ବର୍ଗତ ରାଜ କିଶୋର ଶର୍ମା ଙ୍କ ପୁତ୍ର ଆଦର୍ଶ ଶର୍ମା ଏହି ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି। ସ୍କୁଲର ଶିକ୍ଷୟତ୍ରୀ ସସ୍ମିତା ନାୟକ, ଦିପାଞ୍ଜଳି ସାହୁ, ଶ୍ରୀୟାଶ୍ରୀ ପଟ୍ଟନାୟକ, ମାମୁନି ପଣ୍ଡା ଓ ସମସ୍ତ କର୍ମଚାରୀ ବାର୍ଷିକ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।
(ଫୋଟ)
