ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ – ଅଦ୍ୟ ତା. 13.3.2026 ରିଖ ଦିନ
(ଶୁକ୍ରବାର) ଦିନ ଅପରାହ୍ନ ଘ 2.30 ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି | ସେଠାରେ ପହଞ୍ଚି ଡାକ୍ତର ଖାନାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ଓ ଚିକିତ୍ସl ସୁବିଧା ସୁଯୋଗ ନେଇ ରୋଗୀ ମାନଙ୍କ ସହ ୱାର୍ଡ ରେ ଆଲୋଚନା କରିଥିଲେ l ପରେ ଡିଗ୍ରୀ ମହାବିଦ୍ୟାଳୟ ନିକଟରେ ନିର୍ମାଣାଧିନ ଡାକ୍ତରଖାନା କୋଠାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ | ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଠିକା ସଂସ୍ଥା କୁ ନିର୍ଦ୍ଦେଶ ଦେଇଥିଲେ | ପରିଦର୍ଶନ ସମୟରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ |
