ରାମରାଜ କଟନ ଶୋରୁମର ଭବ୍ୟ ଉଦ୍ଘାଟନ ବ୍ରହ୍ମପୁର ରେ
ବ୍ରହ୍ମପୁର, –
ବ୍ରହ୍ମପୁର ସହରର ଅନ୍ନପୂର୍ଣ୍ଣା ମାର୍କେଟ୍ ସ୍କ୍ୱାର, ଅର୍ବନ ବ୍ୟାଙ୍କ ରୋଡ୍ ଠାରେ ପ୍ରସିଦ୍ଧ ପାରମ୍ପରିକ ପୋଷାକ ବ୍ରାଣ୍ଡ ରାମରାଜ କଟନ୍ ର ନୂତନ ଶୋରୁମ ଭବ୍ୟ ଭାବେ ଉଦ୍ଘାଟିତ ହୋଇଛି।
ଏହି ଶୋରୁମର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଶଲ୍ୟ ଚିକିତ୍ସକ ଡ଼ଃ ରାଜେନ୍ଦ୍ର କୁମାର ସାହୁ ଏବଂ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ଃ ସୁଚିତ୍ରା କୁମାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୋରୁମର ଶୁଭ ଉଦ୍ଘାଟନ କରିଥିଲେ ଏବଂ ପ୍ରଥମ କ୍ରୟ ମଧ୍ୟ ସମ୍ପନ୍ନ କରିଥିଲେ।
ଏହି ଅବସରରେ ରାମରାଜ କଟନ୍ ର ଅଧ୍ୟକ୍ଷ କେ ଆର ନାଗରଜନ ଉପସ୍ଥିତ ଥାଇ ବ୍ରାଣ୍ଡର ପାରମ୍ପରିକ ଭାରତୀୟ ପୋଷାକ ସଂସ୍କୃତିକୁ ଆଗକୁ ନେବାର ଦୃଷ୍ଟିକୋଣ ବିଷୟରେ ମତ ପ୍ରକାଶ କରିଥିଲେ।
ଏହି ଶୋରୁମର ଫ୍ରାଞ୍ଚାଇଜି ମାଲିକବାଳ କୃଷ୍ଣ ସାହୁ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସାହୁ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡାଇରେକ୍ଟର ଅମରେଶ ସାହୁ ଓ ଅନୁରାଗ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ନୂତନ ଶୋରୁମରେ ଉଚ୍ଚ ଗୁଣବତ୍ତାର ପାରମ୍ପରିକ କଟନ୍ ଧୋତି, ଶର୍ଟ ଓ ଅନ୍ୟାନ୍ୟ ପାରମ୍ପରିକ ପୋଷାକର ବିଶାଳ ସଂଗ୍ରହ ଉପଲବ୍ଧ ରହିଛି। ଏହା ବ୍ରହ୍ମପୁର ଓ ପାଖପାଖି ଅଞ୍ଚଳରେ ପାରମ୍ପରିକ ପୋଷାକ ପ୍ରେମୀମାନଙ୍କ ପାଇଁ ଏକ ନୂଆ ଗନ୍ତବ୍ୟ ସ୍ଥାନ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି।
କାର୍ଯ୍ୟକ୍ରମରେ ସହରର ବହୁ ସମ୍ମାନୀୟ ବ୍ୟକ୍ତି, ଅତିଥି ଓ ଗ୍ରାହକମାନେ ଉପସ୍ଥିତ ରହି ନୂତନ ଶୋରୁମକୁ ସ୍ୱାଗତ କରିଥିଲେ।
