SLUG- ଜଙ୍ଗଲି ହାତୀ ଆକ୍ରମଣରେ ଯୁବକ ଗୁରୁତର।
କୁମ୍ଭକର୍ଣ୍ଣ ନିଦ୍ରାରେ ମହିପୁର ବନ୍ୟାଞ୍ଚଳ।
Place – ମହିପୁର/ନୟାଗଡ଼
Repotar – ଦିଲିପ ପରିଡ଼ା
Ankar – ନୟାଗଡ଼ ଜିଲ୍ଲା ମହିପୁରୁ ରେଂଜର ଅଧିନ ଲିଙ୍ଗିରି ବାରୀ ଗ୍ରାମର ଯୁବକ ଗଜେନ୍ଦ୍ର ଜାନୀ ଜଙ୍ଗଲି ହାତୀ ଆକ୍ରମଣରେ ଗୁରୁତର ହେବାରୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁରୁ ରେଞ୍ଜ ନିକଟସ୍ଥ ଲିଙ୍ଗିରି ବାରୀ ଗ୍ରାମର ମାଟିଆ ଜାନୀ ଙ୍କ ପୁଅ ଗଜେନ୍ଦ୍ର ଜାନୀ ବିଲରେ ମୁଗ ଫସଲ ଜଗିବା ପାଇଁ ଭାଡିଆ ରେ ରାତ୍ର ସମୟରେ ସୋଇଥିବା ସମୟରେ ଜଙ୍ଗଲି ହାତୀ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକମାନେ ଖବର ପାଇ ଆମ୍ବୁଲାନ୍ସ ସହାୟତା ରେ ନୟାଗଡ଼ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଛନ୍ତି।
ବନବିଭାଗ ପହଂଚି ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଏହି ସମୟରେ ଜଙ୍ଗଲ ରେ ନିଆଁ ଲାଗୁ ଥିବାରୁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହୋଇଛନ୍ତି। ଏହିପରି ଭାବେ ମହିପୁର ବନାଞ୍ଚଳ ର ଅଧିକାରୀ ମାନଙ୍କ ବାରମ୍ବାର ମନମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣ ଭାବରେ ନିରିହ ଲୋକଙ୍କର ଜୀବନ ଚାଲି ଯିବା ସହିତ ମୃତ୍ୟୁ ବରଣ କରୁଥିବା ର ଦେଖିବାକୁ ମିଳୁଛି। ତେଣୁ ସାଧାରଣ ରେ ଚର୍ଚ୍ଚା ହେଉଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହଛି କି ମହିପୁର ବନାଞ୍ଚଳ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରୁ ଦିଲିପ ପରିଡ଼ା ଙ୍କ ରିପୋର୍ଟ ଭଞଦୂତ ଡିଜିଟାଲ ।
