
ବଡଚଣା ଅମିତ୍ କୁମାର ମହାନ୍ତି
ବିପଦ ପୂର୍ଣ୍ଣ ବିଦ୍ୟୁତ୍ ଖୁଣ୍ଟ, ସ୍କୁଲ ପାଇଁ ଆଣିବ ବିପଦ
ବଡଚଣା ବିଦ୍ୟୁତ୍ ସବ ଡ଼ିଭିଜନ ଅଧିନ ରେ ଚଣ୍ଡିତଳ ପଞ୍ଚାୟତ ର ଚଣ୍ଡିତଳ ଗ୍ରାମ ର ବିଶେଶ୍ୱର ସରକାରୀ ବିଦ୍ୟା ପିଠ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ଦ୍ରିଘ ଦିନ ହେବ ସ୍କୁଲ ର ଗେଟ୍ କୁ ଢଳି ରହିଥିବାରୁ ପ୍ରତିଦିନ ପ୍ରାୟ, ଦୁଇ ଶହ ରୁ ଉର୍ଦ୍ଧ ପିଲା ପାଠ ପଢ଼ିବା ପାଇଁ ଆସିଥାନ୍ତି
ପ୍ରତି ଦିନ ବିଦୁତ୍ କର୍ମଚାରୀ ଓ ଅଧିକାରୀ ଏହି ଗ୍ରାମ କୁ ଆସୁଛନ୍ତି , ହେଲେ ଖୁଣ୍ଟ କୁ ଦେଖି ନଅ ଦେଖିଲା ପରି ଚାଲି ଯାଉଛନ୍ତି, ଗ୍ରାମ ର ଲୋକେ ବହୁ ବାର ବିଭାଗ କୁ ଜଣାଇଲା ପରେ ମଧ୍ୟ କିଛି ଫଳ ମିଳୁ ନାହିଁ, ଲୁହା ଖୁଣ୍ଟ ଟି ପଡ଼ିଲେ ବହୁ କ୍ଷତି ଘଟିବ, ତେଣୁ ବିଭାଗ୍ୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମ ବାସି ଦାବି କରିଛନ୍ତି