ବିଜେପି ରେ ରବିନ୍ଦ୍ର।
ବାଲେଶ୍ୱର/ଭୂବନେଶ୍ୱର :: ଗତକାଲି ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଆଜି ପଦ୍ମ ପୋଖରୀ ରେ ବୁଡ ପକାଇଛନ୍ତି ବାଲେଶ୍ଵର ର ପୂର୍ବତନ ସାଂସଦ ତଥା ବିଜେଡି ବିଧାୟିକା ସୁଭାଷିନୀ ଜେନା ଙ୍କ ସ୍ଵାମୀ ରବିନ୍ଦ୍ର କୁମାର ଜେନା। ଗତକାଲି ନିଜର ଇସ୍ତଫା ପତ୍ର ରେ ସେ କୋଣ ଠେସା ହୋଇପଡ଼ିଥିବା ସହ ଦଳ ପ୍ରତି ସେ ଅଦରକାରୀ ହୋଇପଡିଥିବା ନେଇ ଉଲ୍ଲେଖ କରିଥିଲେ। ରବିନ୍ଦ୍ର ଙ୍କ ସହ ଶତାଧିକ ବିଜୁ ଜନତା ଦଳର କର୍ମୀ ବିଧିବଦ୍ଧ ଭାବେ ଏହି ମିଶ୍ରଣ ପର୍ବରେ ବିଜେପି ରେ ଯୋଗ ଦେଇଥିଲେ। ବିଜେପି ରେ ମିଶିବା ପରେ ନବୀନ ପଟ୍ଟନାୟକ ଏବଂ ବିଜେଡି କୁ ଟାର୍ଗେଟ କରିଥିଲେ ରବିନ୍ଦ୍ର। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବାଲେଶ୍ୱର ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ସଦର ବିଧାୟକ ମାନସ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିପ୍ରା ବାଜପେୟୀ , ବଡ଼ସାହି ବିଧାୟକ ସନାତନ ବିଜୁଳି, ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେପି କୁ ସ୍ଵାଗତ କରିଥିଲେ। ଅନ୍ୟପଟେ ବିଜେଡି କହିଛି ରବିନ୍ଦ୍ର ଙ୍କ ଦଳ ଛାଡ଼ିବା ଆମ ପାଇଁ କିଛି କ୍ଷତି ହେବନାହିଁ।
ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ସମସ୍ତଙ୍କ ନଜର ସୁଭାଷିନୀ ଜେନାଙ୍କ ଭୋଟ ଉପରେ। ଗୋଟିଏ ପଟେ ସ୍ଵାମୀ ବିଜେପି ରେ ଥିବା ବେଳେ ସୁଭାଷିନୀ ବିଜେଡି ରୁ ବିଧାୟିକା ଅଛନ୍ତି। ସେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କୁ ଭୋଟ୍ ଦେବେ ନା କ୍ରସ ଭୋଟ ଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଙ୍କୁ ଜିତାଇବେ।
