ଭଞ୍ଜନଗର ରେ ଐତିହାସିକ ମା ଠାକୁରାଣୀ ଯାତ୍ରା ର ସ୍ଥାପନ ହେଲା ଶୁଭ ଖୁଣ୍ଟ ।
————————————
ଭଞ୍ଜନଗର -୧୧/୦୩ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ୨୦୨୬ ପାଇଁ ଯାତ୍ରା ପଡିଆ ଠାରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି।ସମୟ ରାଶି ଓ ଲଗ୍ନ ଅନୁସାରେ ଧ୍ୟାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ଶୁଭ ଖୁଣ୍ଟି ସ୍ଥାପନ ସହ ଯାତ୍ରା ହେବାର ବିଗୁଲ ବାଜିଛି।ଘଣ୍ଟ ଘଣ୍ଟା କାହାଳି ଓ ପୂଜା ଆରାଧନା ପରେ ଅନୁଷ୍ଠାନିକ ଭାବେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ , ଉପଦେଷ୍ଟା ତଥା ଉପ ଜିଲାପାଳ ଉମା ଶଙ୍କର ବେହେରା ,ଭଞ୍ଜନଗର ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହ ଯାତ୍ରା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ମା ଙ୍କ ଆଗମାନକୁ ଅପେକ୍ଷା କରିଥିଲେ।ସୂଚନାଯୋଗ୍ୟ ଯେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଏହାର ପରମ୍ପରା ଓ ଐତିହ୍ୟ ପାଇଁ ଓଡିଶା ପ୍ରସିଦ୍ଧ ଏବଂ ଏହି ବର୍ଷ ଏହାକୁ ଆହୁରି ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭଞ୍ଜନଗର ପ୍ରଶାସନ ଓ ମାନ୍ୟବର ବିଧାୟକ ।ସେହିପରି ଭଞ୍ଜନଗର କୁ ମୁନିସିପାଳିଟି ଘୋଷଣା ପରେ ସଜେଇ ହୋଇଛି ଭଞ୍ଜନଗର ସହର।ରାସ୍ତା ପ୍ରଶସ୍ତି କରଣ, ସୌନ୍ଦଯ୍ୟ କରଣ, ଆଲୋକ ଶଯ୍ୟା ,ସ୍ୱଚ୍ଛତା ପ୍ରଭୁତିକୁ ଗୁରୁତ୍ୱ ଦେଇଛନ୍ତି ଭଞ୍ଜନଗର ମୁନିସିପାଳିଟି ଅଧ୍ୟକ୍ଷ।
ସୂଚନାଯୋଗ୍ୟ ଚଳିତ ବର୍ଷ ମଧ୍ୟ ଏପ୍ରିଲ ୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ ଯାତ୍ରା ସରିବ। ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ।ତେଣୁ ଅପେକ୍ଷା ରେ ଅଛନ୍ତି ଭଞ୍ଜନଗର ବାସୀ କେବେ ଆସିବେ ମା ଓ ସ୍ନେହ ପ୍ରୀତି ଭରା ଆଶୀର୍ବାଦ ଢାଳିବେ।
