ଗଁଦିଆରେ ବିଶ୍ୱ ମହିଳା ଦିବସ ପାଳନ ( ରିପୋର୍ଟ -ବିରଞ୍ଚି ନାରାୟଣ ସାହୁ )
ଢେଙ୍କାନାଳ –
ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତର ମୁଣ୍ଡମାରି ଗ୍ରାମରେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନ ଭଞ୍ଜନ ମହାନ୍ତି, ଏଫ୍.ଇ.ଏସ୍ ମାଷ୍ଟର ଟ୍ରେନର ସୁଭ୍ରଜିତ ସାହୁ, ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ସହାୟକ ପ୍ରାଯୁକ୍ତିକ ପ୍ରବନ୍ଧକ ସଚ୍ଚିଦାନନ୍ଦ ସାହୁ, ମହିଳା ଅଗ୍ରଣୀ ଚାଷୀ ଭଗବତୀ ସାହୁ ଓ ସୋଭାଗିନୀ ସାହୁ, ଗ୍ରାମ ସଭାପତି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ସହ ଅନେକ ମହିଳା ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମାଜିକ ସ୍ରୋତରେ ଆଗକୁ ନେବା ଏବଂ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଓ ସେମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ମତାମତ ପ୍ରକାଶ କରାଯାଇଥିଲା। ଏଥିସହିତ ପ୍ରାକୃତିକ କୃଷିର ପ୍ରଚାର, ସର୍ବସାଧାରଣ ସମ୍ପତ୍ତିର ସୁଚିତ ପରିଚାଳନା ଏବଂ ସମନ୍ୱିତ ବିକାଶ ଯୋଜନାରେ ମହିଳାମାନଙ୍କ ଭୂମିକା ଓ ଅଂଶିଦାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିମାନେ ମହିଳାମାନଙ୍କ ସଶକ୍ତିକରଣ ଓ ସମାଜ ଗଠନରେ ସେମାନଙ୍କ ଅମୂଲ୍ୟ ଅବଦାନକୁ ପ୍ରଶଂସା କରିଥିଲେ।
