*ବିସ୍ଥାପିତ ଓ ଆଂଶିକ କ୍ଷତିଗ୍ରସ୍ତ ପ୍ରଜାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ନୂଆପଡା ଙ୍କ ନିକଟରେ ଦାବୀ*
ନୁଆପଡ଼ା(ମିଖାଏଲ ନନ୍ଦ) – ୧୦/୦୩/୨୦୨୬/
ନୂଆପଡା ଜିଲ୍ଲା କୋମନା ବ୍ଲକ ପଂଚାୟତ ସମିତି ସଭା ଗୃହ ରେ ଆଜି ଜିଲ୍ଲାପାଳ ନୂଆପଡା ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ମଧୁସୂଦନ ଦାଶ ଜିଲ୍ଲାପାଳ ନୂଆପଡା ସମସ୍ତ ଅଭିଯୋଗକାରୀମାନଙ୍କ ଅଭିଯୋଗର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ର ପ୍ରତିନିଧିମାନେ ଆସି ବିଭିନ୍ନ ସମସ୍ୟା କୁ ନେଇ ୧୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ଲୋୟର ଇନ୍ଦ୍ର ପ୍ରକଳ୍ପ ଆରମ୍ଭ ଦିନ ଠାରୁ ଆଜକୁ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି (LIBSS) ଜନତାଙ୍କ ପ୍ରତିନିଧିତ୍ବ କରି ନିଷ୍ଠାପର ଉଦ୍ୟମ ଓ ସହଯୋଗ ବଳରେ ସରକାର ପ୍ରକଳ୍ପକୁ ସପୂର୍ଣ କରିବାରେ ସମର୍ଥ ହୋଇଛନ୍ତି । ପ୍ରାରମ୍ଭରୁ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି (LIBSS) କୁ ପ୍ରଶାସନ ତରଫରୁ ପ୍ରତିଶୃତି ଦିଆହୋଇ ଆସୁଥିଲା ଯେ, ପ୍ରକଳ୍ପ କାମ ହେବା ସହିତ ବିସ୍ଥାପିତଙ୍କ ଥଇଥାନ ଓ କ୍ଷତି ପୂରଣ କାର୍ଯ୍ୟ କୌଣସି ଅବହେଲା କରାଯିବ ନାହିଁ ଓ ପ୍ରଶାସନ ଦ୍ବାରା LIBSS କୁ ବ୍ୟବହାର କରାଗଲା ଓ ପ୍ରକଳ୍ପ ସରିଗଲା ପରେ ପ୍ରତାରଣା କରାଗଲା । ବିଭିନ୍ନ ସମୟରେ LIBSS ସରକାରଙ୍କ ସହିତ ଆଲୋଚନା, ଆନ୍ଦୋଳନ, ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ନିୟମିତ କରି ଆସୁଛି । ଯେତେ ଆବେଦନ, ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବିଭାଗୀୟ ସଚିବଙ୍କୁ କାର୍ଯ୍ୟାଳୟ ଠାରୁ ଆସୁଥିବା ଚିଠିପତ୍ର ଜିଲ୍ଲା ପ୍ରଶାସନ, ଡ୍ୟାମ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ତଦନ୍ତ ସ୍ଥଗିତ ରହିଅଛି । ବାରମ୍ବାର ଜିଲ୍ଲାପାଳ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ କୌଣସି ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ ।
ସମସ୍ୟା ସମୁହ ଯଥା:-(୧) ଗତ ତା: ୧୨.୧୧.୨୦୨୨ ଲୋୟର ଇନ୍ଦ୍ରp ଜଳସେଚନ ପ୍ରକଳ୍ପ, ଖଡ଼ିଆଳ ଷଷ୍ଠତମ RPDAC ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତ ତଥା ପ୍ରସ୍ତାବର ସଂପୂର୍ଣ କାର୍ଯ୍ୟକାରିତା କରାଯାଉ ।(୨) ବିସ୍ଥାପିତଙ୍କ ନୂତନ ପୁର୍ନବାସ ସମୁହ ଗ୍ରାମ୍ୟମାନଙ୍କରେ ଶିକ୍ଷା, ବିଦ୍ୟୁତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ସାମାଜିକ, ସାଂସ୍କୃତିକ ସୁବିଧା ସୁଯୋଗର ଉନ୍ନତି ଏବଂ ସୁବ୍ୟବସ୍ଥାର ଉନ୍ନତି ଏବଂ ସୁବ୍ୟବସ୍ଥା ସୁନିଶ୍ଚିତ କରାଯାଉ।(୩) ସମସ୍ତଙ୍କୁ ସମାନ ନ୍ୟାୟ କ୍ରମେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିମନ୍ତେ ଅଗୃହିତ ଜମିର ପ୍ରତ୍ୟେକ ଗ୍ରାମ ନିମନ୍ତେ ନ୍ୟାୟାଳୟଙ୍କ ଦ୍ବାରା ଆଦେଶ ପ୍ରଦତ୍ତ ସର୍ବାଧିକ ଦରକୁ ଏକକ ଦର ମାନ୍ୟତା ଦେଇ ବିସ୍ଥାପିତଙ୍କୁ ଅଗୃହିତ ଜମିର ବକେୟା ବର୍ଷିତ ମୂଲ୍ୟ ପ୍ରଦାନ କରାଯାଉ ।(୪) ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ୧୦.୦୩.୨୦୨୧ କୁ ଶେଷ ସୀମା ଯୋଗ୍ୟତା ତାରିଖ (CUT-OFF DATE) ରୂପେ ଘୋଷଣା କରାଯାଉ ।(୫) ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ବିସ୍ଥାପନ ପୁର୍ନବସତି ଓ ଥଇଥାନ, କ୍ଷତି ପୂରଣ ପ୍ରଦାନ ଇତ୍ୟାଦିର ବର୍ତ୍ତମାନ ସ୍ଥିତି ଆକଳନ ନିମନ୍ତେ ଅଭିଜ୍ଞତା ସମ୍ପୂର୍ଣ ତୃତୀୟ ପକ୍ଷ ଦ୍ବାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଏକ ପୁର୍ନବାସ ଓ ଥଇଥାନ ପରବର୍ତ୍ତୀ ସାମାଜିକ ତଥା ଅର୍ଥନୈତିକ ସର୍ଭେ କରାଯାଉ ।(୬) ନେସନାଲ ସେଟଲମେଣ୍ଟ ଦ୍ବାରା ପ୍ରକଳ୍ପ ମଧ୍ୟରେ ଥଇଥାନ ହୋଇଥିବା ତଥା ପରବର୍ତ୍ତୀ ସମୟରେ ବିସ୍ଥାପିତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଏବଂ ଥଇଥାନ ରାଶି ପ୍ରଦାନ କରାଯାଉ । ଅନ୍ୟ ଜିଲ୍ଲାରେ ପୁର୍ନବସତି ଅନୁସୂଚିତ ଜନଜାତି ବିସ୍ଥାପିତଙ୍କୁ ଅତିରିକ୍ତ ଥଇଥାନ ରାଶି ପ୍ରଦାନ କରାଯାଉ ।
(୭) ବିସ୍ଥାପିତଙ୍କୁ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରାଯାଉ ଏବଂ ସେମାନଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼, ସାମାଜିକ ସୁରକ୍ଷା କାର୍ଡ଼, ରାସନ କାର୍ଡ଼, ବାର୍ଦ୍ଧକ୍ୟ/ ବିଧବା/ଭିନ୍ନକ୍ଷମ ଭତ୍ତା କାର୍ଡ଼ରେ ନୂତନ ଠିକଣା ମତେ ବିହିତ ସଂଶୋଧନ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉ ।(୮) ବିସ୍ଥାପିତ ପରିବାରବର୍ଗଙ୍କ ବାର୍ଷକ୍ୟ ଭତ୍ତା, ବିକଳାଙ୍ଗଭତ୍ତା, ଖାଦ୍ୟ ସୁରକ୍ଷା କାର୍ଡ଼ ଭଳି ସାମାଜିକ ଯୋଜନାକୁ ନୂତନ ପୁର୍ନବାସ ସ୍ଥାନରେ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ତତ୍ ସହିତ ସରକାରଙ୍କ ସ୍ବତନ୍ତ୍ର ନିଷ୍ପତ୍ତ ସତ୍ତ୍ବେ ଆବାସ ଯୋଜନାରୁ ବଞ୍ଚିତ ବିସ୍ଥାପିତଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ।ବିସ୍ଥାପିତମାନେ ପୁର୍ନବସତି ନିମନ୍ତେ କିଣିଥିବା ଜମିର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଶୁକ୍ଳ ଭରଣା କରାଯାଉ ।(୯) ୨୦୨୦ ମସିହାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କ୍ଷତି ପୂରଣ ଓ ଥଇଥାନ ନାମରେ ସରକାରୀ ତହବିଲରୁ ହୋଇଥିବା କୋଟି କୋଟି ଟଙ୍କାର ହରିଲୁଟ ଓ ଦୁର୍ନିତୀର ସ୍ଵତନ୍ତ୍ର ଅଡିଟ ସହିତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
(୧୦) ଷଷ୍ଠ RPDAC ବୈଠକ ତା: ୧୨.୧୧.୨୦୨୨ ର ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ଜନସାଧାରଣଙ୍କ ଅର୍ଥର ସୁବିନିଯୋଗ ସ୍ବଚ୍ଛତା ନିମନ୍ତେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପ୍ରଦାନ କରାଯାଇଥିବା ସମସ୍ତ ବିସ୍ଥାପନ ରାଶି, କ୍ଷତିପୂରଣ ରାଶି, ଥଇଥାନ ରାଶିର ସର୍ବସାଧାରଣ ସାମାଜିକ ସମୀକ୍ଷା କରାଯାଉ ।(୧୧) ସରକାରଙ୍କ ନିଦ୍ଧାରିତ ସମୟସୀମା (Cut-off Date) ମଧ୍ୟରେ ଯୋଗ୍ୟ ବିବେଚିତ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଥଇଥାନ ରାଶିରୁ ବଞ୍ଚୁକ୍ତ ସମସ୍ତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ଏକ ତାଲିକା (ଶେଷ ତାଲିକା) ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇ ଏହି ତାଲିକାକୁ ସପ୍ତମ RPDAC ବୈଠକରେ ଅନୁମୋଦନ ନିମନ୍ତେ ଉପସ୍ଥାପନା କରାଯାଉ ।(୧୨) ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଭଳି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ଏକ ଉଚ୍ଚସ୍ତରୀୟ ବିସ୍ଥାପିତ କମିଶନର ଗଠନ କରାଯାଉ ।ଏଣୁ ଉପରୋକ୍ତ ଦାବୀ ସମସ୍ୟା ସମୁହର ତୁରନ୍ତ ସମାଧାନ କରାନଗଲେ ବିସ୍ଥାପିତ ଓ ଆଶିକ କ୍ଷତିଗ୍ରସ୍ତ ପ୍ରଜା ଆଗାମୀ ଏକ ସପ୍ତାହ ପରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ । ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତି ହେଲେ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷ ଦାୟୀ ରହିବେ । ଏହାର ସୁଚିନ୍ତ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରାଗଲା ।ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପ୍ରଜାଙ୍କ ତରଫରୁ
ଗୋପିନାଥ ଗଉଡ଼ ସଂପାଦକ, ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ଖଡ଼ିଆଳ, ନୂଆପଡ଼ା,ନିତ୍ୟାନନ୍ଦ ପ୍ରଧାନ ସଭାପତି ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ଖଡ଼ିଆଳ, ନୂଆପଡ଼ା ନିବେଦନ କରିଛନ୍ତି।
