ଲକ୍ସମୀ ବସ ରୁ ଖସି ଯୁବକ ମୃତ । (ରିପୋର୍ଟ:- ରାଜକିଶୋର ସାବତ)
ଶେରଗଡ଼
ଆଜି ଶେରଗଡ଼ ଥାନା ଅନ୍ତର୍ଗତ ଆଇବି ନିକଟରେ ଏକ ମର୍ମାହତ ସଡ଼କ ଦୃଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବସଷ୍ଟାଣ୍ଡ ରୁ ଲକ୍ଷ୍ମୀ ବସ (ନମ୍ୱର- OD07AT9437 ) ଯୋଗେ ହାଡୁବନ୍ଧୁ ସେଠୀ ନିଜ ଗ୍ରାମ ହାଡ଼ିଚିରା କୁ ଯାଉଥିବା ସମୟରେ ବସ ରୁ ତଳେ ପଡି ମୃତ ହୋଇଥିବା ଦେଖିବାକୁ ମିଳିଛି । ହଟାତ୍ ବସ ରେ ବସିଥିବା ଯାତ୍ରୀ ମାନେ ତଳେ ପଡିବା ଥିବା ଦେଖି ହାଡୁବନ୍ଧୁ ସେଠୀ ଙ୍କୁ ଉଦ୍ଧାର କରିଥିଲେ ଏବଂ ଆମ୍ବୁଲାନ୍ସ କୁ ଜଣାଇଥିଲେ ଓ ଏହା ସହିତ ଶେରଗଡ଼ ପୋଲିସଙ୍କୁ ଜଣାଇଥିଲେ ଏହା ପରେ ପୋଲିସ୍ ଆସି ଘଟଣା ସ୍ଥଳ ରେ ପହଞ୍ଚି ତନା ଘନା କରିବା ସହିତ ସଙ୍ଗେ ସଙ୍ଗେ ଶେରଗଡ଼ ମେଡ଼ିକାଲ କୁ ପଠାଇଥିଲେ । ଶେରଗଡ଼ ମେଡିକାଲ୍ ରେ ଡ଼ାକ୍ତର ହାଡୁବନ୍ଧୁ ସେଠୀ ଙ୍କୁ ମୃତ ଘଷଣା କରିଛନ୍ତି । ହାଡୁବନ୍ଧୁ ଙ୍କ ଗ୍ରାମ ହାଡ଼ିଚିରା ପିତା ✓ଦାଶରଥି ସେଠୀ । ସେ ଦୁଇ ବର୍ଷ ହେଲା ଵିଵାହ କରିଥିଲେ ତାଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ଥିବା ମଧ୍ଯ ଜଣା ପଡ଼ିଛି । ଘର ଲୋକେ ଥାନାରେ କିଛି ଅଭିଯୋଗ ଦେଇନଥିବା ଜଣାପଡିଛି । ଶେରଗଡ଼ ପୋଲିସ ଶବକୁ ଜବତ କରିବା ସହ ଲକ୍ଷ୍ମୀ ବସ କୁ ଅଟକ ରଖିଛି ଓ ଘଟଣାର ଅଧିକ ତଦନ୍ତ ପାଇଁ ଜାରୀ ରହିଥିବା ଦେଖିବାକୁ ମିଳିଛି ।
