“ମାଇଁ ଭାରତ ସଂସ୍ଥା “ଦ୍ୱାରା ଅନ୍ତଃଜାତୀୟ ମହିଳା ଦିବସ ପାଳିତ।
——————————–
ଭଞ୍ଜନଗର : ୦୯/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କୁ ସମାଜର ଆଗଧାଡିରେ ସ୍ଥାନ ଦେବ ଏବଂ ମହିଳା ମାନଙ୍କୁ ସଶକ୍ତି କରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆପଣାଇଛନ୍ତି। ମାର୍ଚ୍ଚ ମାସ ୦୮ ତାରିଖକୁ ସାରା ଭାରତରେ ବିଶ୍ୱ ମହିଳା ଦିବସ ରୂପେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ସେହି ଭଳି ଭଞ୍ଜନଗର ରେ ଥିବା “ମାଇଁ ଭାରତ ସଂସ୍ଥା” ତରଫରୁ ନେକ୍ସଟ ଯେନ କମ୍ପୁଟର ଏକାଡେମୀ ଠାରେ ସଂସ୍ଥା ସଂଯୋଜକ ପ୍ରଶାନ୍ତ ରାଉତ ଙ୍କ ଦ୍ୱାରା ମହିଳା ଦିବସ ପାଳନ କରାଯାଇଛି। ଏଥିରେ ଅତିଥି ଭାବେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଞ୍ଜନଗର ସଖାର ସଭାପତି ବି କେ ସନ୍ତୋଷିନୀ ଏବଂ ଶିକ୍ଷୟତ୍ରୀ ତଥା କବି ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ମାମିନା ପ୍ରଧାନ ଏବଂ ବିପଦର ବନ୍ଧୁ ଉପସଭାପତି ଅରକ୍ଷିତ ପରିଛା ମଞ୍ଚାସିନ ହୋଇ ମହିଳା ଏବଂ ଛାତ୍ରୀ ମାନଙ୍କୁ ସମାଜରେ ନାରୀ ଶକ୍ତିର ଗୁରୁତ୍ୱ ଓ କର୍ତବ୍ୟ ଉପରେ ଅତିଥି ମାନେ ବିଶେଷ ଆଲୋକ ପାତ କରାଇଥିଲେ। ବୈଠକରେ ଭାରତର ଗୌରବ ବହନ କରିଥିବା ମହିଳା ତଥା ରମାଦେବୀ, ରାଣୀ ଭିକ୍ଟୋରିଆ, ତୁଳସୀ ମୁଣ୍ଡା, ପ୍ରତିଭା ପାଟିଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦି ମହିଳା ମାନଙ୍କ ସଂଘର୍ଷର କାହାଣୀ ଓ ଜୀବନ ଧାରା ଉପରେ ଅତିଥି ଏବଂ ମହିଳା ମାନେ ଆଲୋଚନା କରିଥିଲା। ସ୍ଥାନୀୟ ଅଂଚଳର ପ୍ରାୟ 70 ଉର୍ଦ୍ଧ ମହିଳ ଏବଂ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଅନେକ ପ୍ରତଯୋଗୀତା କରି ପୁରସ୍କାର ଦିଆଯିବା ସହ ଭୋଜନ ବ୍ୟବସ୍ତା ମଧ୍ୟ ସଂସ୍ଥା ପକ୍ଷରୁ କରାଯାଇଥିଲା। ନିଜ ସୁରକ୍ଷାପାଇଁ ଅଣ୍ଟା ଭିଡି ଆଗକୁ ଆସିବାକୁ ଉପସ୍ଥିତ ଥିବା ସମସ୍ତ ମହିଳା ଓ ଛାତ୍ରୀ ମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ।
