*ନୂଆପଡା ଜିଲ୍ଲା ଖଡ଼ିଆଳ କୋର୍ଟ ପରିସର ମଧ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ*
ନୂଆପଡା( ମିଖାଏଲ ନନ୍ଦ)
ତା:୦୯.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ତାଳୁକା ସ୍ତରୀୟ ଆଇନ ସହାୟତା ସମିତି ପକ୍ଷ ରୁ କୋର୍ଟ ପରିସର ମଧ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଆଜି ସଭା ରେ ତାକୁକ୍ ଆଇନ ସହାୟତା ସମିତି ଅଧ୍ୟକ୍ଷା ଇସା ପତି ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍ ସମୀକ୍ଷା ସା ଯୋଗ ଦେଇ ବର୍ତ୍ତମାନ ସମାଜରେ ମହିଳାଙ୍କ ସ୍ଥିତି ସୁଦୃଢ଼ ହେବା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ର ରେ ମହିଳା ମାନେ ପ୍ରବେଶ କରି ନିଜ ଦକ୍ଷତା ସୃଷ୍ଟି କରିପାରିଛନ୍ତି। ମହିଳା ଙ୍କ ପାଇଁ ଆଇନ ସହାୟତା ଅନେକ ଦିଗ ଉପରେ ଆଲୋଚନା କରିଥିଲେ। ସମାଜରେ ମହିଳାଙ୍କ ଉପସ୍ଥିତି ରହିଥିବା ବେଳେ ସମଭାବପର୍ଣ୍ଣ ମାନୋବୃତ୍ତି ରଖିବାକୁ ଆହ୍ବାନ କରିଥିଲେ। ଆଜି ଅନୁଷ୍ଠିତ ସଭାରେ ପିଏଲଭି ଖୀରସିନ୍ଧୁ ସଗରିଆ, ରତ୍ନାଞ୍ଜଳି ସେନାପତି, ତପସ୍ୱିନୀ ରଣା, କମଳିନୀ ପଣ୍ଡା, ମାଧୁରୀ ତନ୍ଦୀଙ୍କ ସମେତ କୋର୍ଟ କର୍ମଚାରୀ ମାନେ ଯୋଗ ଦେଇଥିଲେ।
