ବାରିପଦାରେ ପ୍ରତୀକ ଅର୍ଗାନାଇଜେସନ୍ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ, “ଶ୍ରୀ ଶକ୍ତି” ସମ୍ମାନରେ ମାତୃଶକ୍ତି ମାନଙ୍କୁ ସମ୍ମାନିତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ପରିସରରେ ପ୍ରତୀକ ଅର୍ଗାନାଇଜେସନ୍ ଫର୍ ସୋସିଆଲ ଡେଭଲପମେଣ୍ଟ (POSD) ପକ୍ଷରୁ ଗରିମାମୟ ଭାବେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି। ପ୍ରତୀକ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରବୀର କୁମାର ବାରିକଙ୍କ ପ୍ରତକ୍ଷ୍ଯ ତତ୍ବାବଧାନ ଓ ଦିଗଦର୍ଶନ ରେ କାର୍ଯକ୍ରମ ପାଳନ କରାଯାଉଛି।ଏହି ଅବସରରେ ଝିଅ ରୂପେ ଜନ୍ମ ଗ୍ରହଣ କରି ଶିକ୍ଷା, ସଂସ୍କାର ଓ ସାଂସାରିକ ଦାୟିତ୍ୱ ସହିତ ବିଭିନ୍ନ କର୍ମକ୍ଷେତ୍ରରେ ନିଜର ସୁଦକ୍ଷତା ଓ କୃତିତ୍ୱ ପ୍ରତିପାଦନ କରି ସମାଜରେ ସମ୍ମାନ ଓ ପ୍ରଶଂସାର ପାତ୍ର ହୋଇଥିବା କିଛି ନାରୀ ପ୍ରତିଭାଙ୍କୁ “ଶ୍ରୀ ଶକ୍ତି ସମ୍ମାନ” ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପ୍ରଦାନ କରି ପ୍ରତୀକ ଅନୁଷ୍ଠାନ ନିଜକୁ ଗର୍ବିତ ବୋଧ କରିଥିବା ବ୍ୟକ୍ତ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍ ଦୁଃଖବନ୍ଧୁ ନାୟକ ଯୋଗଦେଇ ନାରୀଙ୍କ ସାମାଜିକ ଉନ୍ନତି ଓ ସଶକ୍ତିକରଣର ଆବଶ୍ୟକତା ବିଷୟରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝୀ ଯୋଗଦେଇ ନାରୀଙ୍କ ସାହସ, ସଂଘର୍ଷ ଓ ସମାଜ ଗଢ଼ାଣିରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଅଭିଭାଷଣ ରଖିଥିଲେ।ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ (ଦେବୋତ୍ତର ବିଭାଗ) ବାରିପଦା ଡଃ ଦୟାସିନ୍ଧୁ ପରିଡ଼ା ଉପସ୍ଥିତ ରହି ଆଜିର ସମାଜରେ ନାରୀଙ୍କ ଭୂମିକା ଓ ସମ୍ମାନ ବିଷୟରେ ସାରଗର୍ଭୀତ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ପ୍ରତୀକ ଅର୍ଗାନାଇଜେସନ୍ ଫର୍ ସୋସିଆଲ ଡେଭଲପମେଣ୍ଟର ସଭାପତି ପ୍ରତିମା ବାରିକ ସୁଚାରୁ ଭାବେ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ, ପ୍ରତୀକ ଅନୁଷ୍ଠାନର ଶତାଧିକ ସଦସ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନର ସମାଜସେବୀ, ବୁଦ୍ଧିଜୀବୀ ଓ ସମାଜରେ ସଂଘର୍ଷ ଜାରି ରଖିଥିବା ବହୁ ନାରୀମାନେ ଯୋଗଦେଇ ଦିବସକୁ ସଫଳ ଓ ସ୍ମରଣୀୟ କରିଥିଲେ।ଦିବସଟିକୁ ସୁଚାରୁ ରୂପେ ତଥା ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଚନ୍ଦନ ପାଲ,ମିତାଲି ଦାସ, ଶିବଶଙ୍କର ପାତ୍ର,,ଅନାଦି ପଣ୍ଡିତ, ବିଶ୍ବ ଜୀବନ ରଣା ପ୍ରମୁଖ ପ୍ରତୀକ ସଦସ୍ୟ ମାନଙ୍କର ଅବଦାନ ଅତୁଳନୀୟ। ସବୁଠାରୁ ସୁନ୍ଦର ଓ ମର୍ମସ୍ପର୍ଶୀ ଥିଲା ଏମ୍.ଭି.ଏମ୍ ଘୋରି ଆବାସିକ ବିଦ୍ୟାଳୟର+୨ରେ ଅଧ୍ୟୟନରତ ଛାତ୍ରୀ,ପାୟଲ,ଶ୍ରୀଦାସ ଓ ସଂସ୍କୃତିଙ୍କ ଅଭିଭାଷଣ, ଉପସ୍ଥିତ ସମସ୍ତଙ୍କୁ ଉଦବୁଦ୍ଧ କରିଥିଲା।
