**ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଅଛି **
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା(ହୁକୁଟୋଲା) ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି।ମୁଖ୍ୟ ଅତିଥିଭାବେ ସାଂସଦ ବିଭୁପ୍ରସାଦ ତରାଇ, ଅନ୍ୟତମ ଅତିଥିଭାବେ ଆଇନିଜିବି ଗତିକୃଷ୍ଣ ଶତପଥୀ, ସମାଜ ସେବୀ ବିବେକାନନ୍ଦ ହୋତା ଯୋଗଦେଇଥିଲେ।ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ କୁମାର ସାହୁ ମଞ୍ଚରେ ଅଧକ୍ଷତା କରିଥିବା ବେଳେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରଞ୍ଜିତ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ପରିଚାଳନା କମିଟିର ସଭାପତି ଚନ୍ଦ୍ରକାନ୍ତ ଦାସ ଶିକ୍ଷାକେନ୍ଦ୍ରର ସମସ୍ୟା ଉପରେ ଦୁଷ୍ଟିଦେବାକୁ ସାଂସଦ ଙ୍କୁ ନିବେଦନ କରିଥିଲେ।ତପନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶିକ୍ଷାକେନ୍ଦ୍ରର ଅପା ଭାଇ ଓ ଅଭିଭାବଙ୍କ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
