ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଅନ୍ତର୍ଜାତୀୟ ସମ୍ମିଳନୀ
ଗୋପାଳପୁର ୬/୩/୨୬ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଶୀର୍ଷକ ” ଶକ୍ତି ଗତିଶୀଳତା, କୂଟନୀତି, ଏବଂ ଉଦ୍ୟମାନ ବିଶ୍ୱ ବ୍ୟବସ୍ଥା : ବିକଶିତ ଭାରତ ଓ ବିଶ୍ୱ ନେତୃତ୍ୱ ପାଇଁ ଭାରତର ଅନ୍ୱେଷଣ ” l ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ସମ୍ମାନିତ ଅତିଥି ଭାବେ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ନିଆର ବିଶିଷ୍ଟ ଗବେଷଣାର୍ଥୀ ଗ୍ଳେନ୍ ଯଷ୍ଟଡ୍ ଯୋଗଦେଇ ସାମ୍ପ୍ରତିକ ସମୟରେ ଅନ୍ତର୍ଜାତୀୟ ସମ୍ପର୍କର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ଚାଟଜିପିଟି ଏବଂ କୁତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ଦିଲ୍ଲୀ ଜେଏନୟୁ ପ୍ରଫେସର ସୁଖ ଦେଓ ମୁନ୍ନି ଯୋଗ ଦେଇ ବର୍ତ୍ତମାନ ବିଶ୍ୱ ବ୍ୟବସ୍ଥାରେ ଦେଖା ଦେଇଥିବା ପରିବର୍ତନ ଏବଂ ଆହ୍ୱାନ ଗୁଡିକ ସମ୍ପର୍କରେ ଆଲୋଚନା କରିବା ସହ ଭାରତ କିପରି ନିଜର ସ୍ୱାୟତ୍ତତା ବଜାୟ ରଖିବା ସହ ରାଜନୀତି, ଅର୍ଥନୀତି, ସାମରିକ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜକୁ ସୁଦୃଢ କରି ଉଦୀୟମାନ ବିଶ୍ୱ ବ୍ୟବସ୍ଥାରେ ନିଜର ସ୍ଥିତି ଦୃଢ଼ଭୂତ କରିପାରିବ ତାହା ସମ୍ପର୍କରେ ବିସ୍ତୁତ ଭାବେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାରତୀୟ ରାଜନୀତି ବିଜ୍ଞାନ ସଂଘର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଜିତେନ୍ଦ୍ର ସାହୁ ଯୋଗ ଦେଇଥିଲେ l ଅନ୍ୟତମ ବିଶିଷ୍ଟ ବକ୍ତା ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଶଡ଼ଙ୍ଗୀ ଯୋଗ ଦେଇ ରାଷ୍ଟ୍ରମାନଙ୍କ ମଧ୍ୟରେ ବଦଳୁଥିବା କ୍ଷମତାର ସ୍ୱରୂପ ଓ କ୍ଷମତା ଭିତ୍ତିକ ସମ୍ପର୍କ ଓ ରାଷ୍ଟ୍ର ମାନଙ୍କର ସାର୍ବଭୌମ୍ୟ ପ୍ରତି ସୃଷ୍ଟି ହୋଇଥିବା ନୂତନ ଆହ୍ୱାନ ଗୁଡିକ ସମ୍ପର୍କ ରେ ଆଲୋଚନା କରିଥିଲେ l ରେଭେନ୍ଶା ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ବିଜୟ କୁମାର ବହିଦାର, ପ୍ରଫେସର ନୋରତ୍ତମ ଗାନ୍, ପ୍ରଫେସର ଆର୍. କେ. ଶତପଥି, ଦୀପ୍ତୀ କାଟାରିଆ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ , ପ୍ରଫେସର ଅରୁଣ କୁମାର ପଟନାୟକ, ଡ଼ ସୀମା ମଲ୍ଲିକ, ରଶ୍ମି ତନ୍ତ୍ର ଓ ଡ.ରାଜ କୁମାର ସାହୁ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ସ୍ମରଣିକା ପୁସ୍ତକ ଉନ୍ମୋଚନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ଡ.ଶାରଦା ପ୍ରସନ୍ନ ରାଉତ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ମିଳନୀର ସମ୍ପାଦକ ସହକାରୀ ପ୍ରଫେସର ସଞ୍ଜୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସମ୍ମିଳନୀରେ ପ୍ରାୟ ୨ ଶହରୁ ଉର୍ଦ୍ଧ ରାଜନୀତି ବିଜ୍ଞାନୀ ଯୋଗ ଦେଇଥିଲେ l
