ବିକଶିତ ଭାରତ ଜୀ-ରାମ-ଜୀ,
୧୨୫ ଦିନ ଗ୍ରାମୀଣ ରୋଜଗାର ସଚେତନତା କାର୍ମଶାଳା ଭବାନୀପାଟଣା:(କିଶନ ଶର୍ମା)- ୦୬.୦୩.୨୦୨୬ – କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସ୍ଥାନୀୟ ଟାଉନ ହଲଠାରେ ବିକଶିତ ଭାରତ ଜୀ-ରାମ-ଜୀ ୧୨୫ ଦିନ ଗ୍ରାମୀଣ ରୋଜଗାର ସମ୍ପର୍କିତ ଏକ ଦିନିକିଆ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେଦ୍ର ସିଂଦେଓ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା ଯୋଗଦେଇ ଥିଲେ। ଏହି କର୍ମଶାଳା ଆୟୋଜନ ର ଆଭିମୁଖ୍ୟ ଓ ଏହାର କିପରି ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । ଏହି ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି ଯୋଜନା ମଧ୍ୟରେ ଲୋକ କିପରି କାମ ପାଇ ରୋଜଗାର କ୍ଷମହୋଇପାରିବେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବାରେ ବ୍ଲକ ପ୍ରଶାସନ ସମସ୍ତଙ୍କ ସହିତ ସମନ୍ୱୟ ରଖି ଅଧିକ ଯତ୍ନବାନ ହୋଇ କାମ କରିବା ପାଇଁ ଆଲୋଚନା କରାଯାଇଥିଲା । ଗ୍ରାମୀଣ ସ୍ତରରେ ମନରେଗାର ସଫଳ ରୂପାୟନ ସମ୍ପର୍କରେ କିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ, ନିର୍ବାହୀ ଯନ୍ତ୍ରୀ ନିଜର ପାରଦର୍ଶିତା ଓ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ । ମନରେଗା ଯୋଜନାରେ ୩୦୦ ଦିନ ଧରି କାମ କରି ଲାଭବାନ ହୋଇଥିବା ଜିଲ୍ଲାର ୧୫ ଜଣ ଅଣକୁଶଳୀ ଶ୍ରମିକ ଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପିଆରଆଇ ମେମ୍ବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ । କାର୍ଯକ୍ରମକୁ ଡି. ଡି. ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
