
କୁକୁଡ଼ା ଫାର୍ମ ପାଇଁ ନିରୀହ ଲୋକ ଙ୍କ ଜୀବନ ହନ୍ତ ସନ୍ତ
ଗ୍ରାମ ବାସୀ ଙ୍କ ହୋଷ ଉଢେଇ ସାରିଲାଣି କୁକୁଡ଼ା ଫାର୍ମ
କଳାହାଣ୍ଡି; ଏହି ଜିଲ୍ଲା ର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କପଲାସ ଗ୍ରାମରେ ଏକ କୁକୁଡା ଫାର୍ମ ଅଛି ସେହି କୁକୁଡା ଫାର୍ମ ର ଦୁର୍ଗନ୍ଧ ଗ୍ରାମକୁ ଆସୁଛି ଯାହା ଫଳରେ ଠିକ୍ହେ ଶେ ଖାଇ ପାରୁନାହାନ୍ତି କିମ୍ବା ଶାନ୍ତି ରେ ଶୁଇ ପାରୁ ନାହାଁନ୍ତି ଅଳ୍ପ କେ ବର୍ଷା ରେ ମାଛି ଆସି ଖାଇବାରେ ବସୁଛି ଓ ଲୋକଙ୍କୁ କାମୁଡୁଛି ମଶା କାମୁଡ଼ିଲେ ଲୋକେ ବିଭିନ୍ନ ପ୍ରକାର ର ରୋଗ ଯାହାକି। ମ୍ୟାଲେରିଆ ଟାଇଫେଡ ଭଳି ରୋଗ ରେ ପୀଡ଼ିତ ହୋଉଛନ୍ତି ଏବଂ ଗ୍ରାମ ବାସୀ ଙ୍କ କହିବା କଥା, ସେହିଁ ଫାର୍ମ ନିକଟ ରେ ମୃତ କୁକୁଡ଼ା ଓ ଅନ୍ୟାନ୍ୟା ଯାହାକି କୁକୁଡା ର ମଳ, ଅଳିଆ ଆବର୍ଜ୍ଜନା ଗାଁ ନିକଟ ରେ ଫିଙ୍ଗୀ ଦେଉଛନ୍ତି ଏବଂ ସେହି ଫିଙ୍ଗି ଦେଇଥିବା ଅଳିଆ ଆବର୍ଜ୍ଜନା କୁ କୁକୁର ଓ ଅନ୍ୟାନ୍ୟ ଜୀବ ଜନ୍ତୁ ଖାଇ ବାୟା ପାଗଳ ଭଳି ହୋଇ ଗ୍ରାମ କୁ ପଶି ,ଗ୍ରାମ ବାସୀ ଙ୍କୁ ଆକ୍ରମଣ କରି ବାରେ ଲାଗିଛନ୍ତି, ଜଣେ ନିରୀହ ବାଳକ ମଧ୍ୟ ଆକ୍ରମଣ ହୋଇଛନ୍ତି ଏଵଂ ବାଙ୍କପଲାସ ର ଗ୍ରାମ ର କିଛି ଲୋକ ମଧ୍ୟ କିଡ଼ିନି ରୋଗରେ ପୀଡ଼ିତ ହୋଇ ଜୀବନ ହରାଇ ସାରିଲେଣି, ଓ ଏଥି ପ୍ରତି ଯଦି ପ୍ରଶାସନର କୌଣଷି ପଦକ୍ଷେପ ନ ନେବେ ତାହେଲେ ଗ୍ରାମବାସୀ ତୀବ୍ର ଗତି ରେ ରାସ୍ତା କଡ଼ ରେ ଆନ୍ଦୋଳନ କରିବେ ବୋଲି ସୁଚନା ଦେଇଛନ୍ତି
