ଗୋପାଳପୁର ରେ ଜୟ ଶ୍ରୀ ରାମ ଧ୍ୱନି ପ୍ରକମ୍ପିତ ଓ ଶ୍ରୀ ରାମ ନବମୀ ପାଳିତ ।
ଗଞ୍ଜାମ, ଗୋପାଳପୁର
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗୋପାଳପୁର ରେ ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ, ଶ୍ରୀରାମ ନବମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମେଢ଼ ସହ ଓ ବିଭିନ୍ନ ବାଜା ଡିଜେ ନାଚ ଗୀତ ରେ ଝୁମିଥିଲେ ଶ୍ରଦ୍ଧାଳୁ l ନୁଆଁ ବୋକ୍ସିପଲ୍ଲୀ ଠାରୁ ଗୋପାଳପୁର ବଷ୍ଟାଣ୍ଡ, ପୋଷ୍ଟ ଅଫିସ ବଡ଼ସାହି, ଥମ୍ପଶପ ସାହି, ବୁଲୋକ ସାହି, ଓ ସାଇବାବା ସାହି ପରିକ୍ରମା କରି, ଶୋଭାଯାତ୍ରା ଆରମ୍ଭ ହୋଇ ଶେଷ ହୋଇଥିଲା । ମଣ୍ଡଳ ସଭାପତି ବି.ରାମlରାଓ, ଗୋପାଳପୁର ଯୁବମର୍ଚ୍ଚା ସଭାପତି ଜି,ନାରାୟଣ , ଏ.ମହନ, ଏ.କୃଷ୍ଣl, ମୋନଜ କୁମାର ବେହେରା, ଭି.ଜଗନ୍ନାଥ, ପଞ୍ଚୁ ବେହେରା, ଏକ୍ସ.ସଭାପତି, ମନ୍ଦିର ଓ ଗୋପାଳପୁର ଗ୍ରାମର କମିଟି କର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ । ଗୋପlଳପୁର ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ବଜେଇ ରଖିବା ପାଇଁ ଫୋର୍ସ ମୁତୟନ ଉପସ୍ଥିତ ଥିଲେ l ଦାୟୀତ୍ୱରେ ଥିବା ସ୍ବେଛାସେବୀ ମାନଙ୍କୁ ନିବେଦନ କରିଛନ୍ତି । ପ୍ରାୟ 500 ରୁ ଅଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଭଞ୍ଜଦୂତ ନିୟୁଜ
