ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା। ଅଳ୍ପକେ ବର୍ତ୍ତିଗଲେ ୩ ମହିଳା।
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର
୦୫.୦୩.୨୦୨୬
ଆଙ୍କର-ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମ କତ୍ରାପଲି ସାହି ନିକଟରେ ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା। ଅଳ୍ପକେ ବର୍ତ୍ତିଗଲେ ସାଥିରେ ଥିବା ଅନ୍ୟ ୩ ଜଣ ମହିଳା। ମୃତ ମହିଳା ଜଣଙ୍କ ହେଲେ ଅଁଳାବେରେଣୀ ଗ୍ରାମ କତ୍ରାପଲି ସାହିର ଚାରୁଲତା ନାଏକ। ଚାରୁଲତା ଅନ୍ୟ ତିନିଜଣ ମହିଳାଙ୍କ ସହିତ ଶୌଚ ପାଇଁ ଗ୍ରାମ ନିକଟରେ ଥିବା ପଡିଆକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରିଥିଲା। ସୌଭାଗ୍ୟ ବସତଃ ସାଥିରେ ଥିବା ତିନି ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦିର୍ଘ ୧୦ ଦିନ ଧରି ଏହି ଅଞ୍ଚଳରେ ୧୧ ଟିକିଆ ହାତୀପଲ ରହି ଉପଦ୍ରବ ଚଳାଇଥିଲେ। ଯାହାକୁନେଇ ବନବିଭାଗ ତରଫରୁ ହାତୀଙ୍କ ଉପରେ କଡା ନଜର ରଖିବା ସହ ଗତ ରତୀରେ ସେହିଗ୍ରାମରେ କଡା ପାଟ୍ରୋଲିଂ ମଧ୍ୟ କରିଥିଲେ । ଆଜି ସକାଳ ୭ ଟା ବେଳେ ମହିଳାଜଣଙ୍କ ଗ୍ରାମର ଅନ୍ୟ ୩ ଜଣ ମହିଳାଙ୍କ ସହ ଶୌଚପାଇଁ ଯାଇଥିଲେ। କୁହୁଡି ଥିବାରୁ ହାତୀ ଉପସ୍ଥିତ ଜାଣିପାରିନଥିଲେ ମହିଳା ଜଣକ। ଫଳରେ ହାତୀ ହାବୁଡରେ ପଡିଯାଇଥିଲେ। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି। ତୁରନ୍ତ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
