ଇସ୍କନ ପକ୍ଷରୁ ପୁଷ୍ପ ହୋଲି
ବରଗଡ଼ : ୦୫.୦୩.(ନି, ପ୍ର )ରଙ୍ଗର ପର୍ବ ହୋଲି ଉତ୍ସବ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ଧୁମଧାମରେ ପାଳନ ହୋଇଥିବା ବେଳେ କେତେକ ସଂସ୍ଥାରେ ଫଗୁ ଓ ରଙ୍ଗ ବ୍ୟବହାର ନ କରି କେବଳ ଫୁଲରେ ପୁଷ୍ପ ହୋଲି ଖେଲି ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥିଲା।
ସେହିପରି ବରଗଡ଼ ର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ବରଗଡ଼ ଭଟଲି ରୋଡ଼ ସ୍ଥିତ ଅରିନ୍ଦମ ହଲ୍ ଠାରେ ବରଗଡ଼ ଇସ୍କନ ପକ୍ଷରୁ ଅନୁଷ୍ଠିତ ପୁଷ୍ପ ହୋଲିରେ ଯୋଗଦେଇ ଏହି ପୁଷ୍ପ ହୋଲି ପ୍ରୟାସ କୁ ସଫଳ କରିଥିଲେ । ଏହା ସହିତ ତପୋବନ ରୁ ଆସିଥିବା ସ୍ବାମୀ ତେଜୋମୟାନନ୍ଦ ଯୋଗଦେଇ ହରେକୃଷ୍ଣ ମହାମନ୍ତ୍ର ଜପ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାମୀ ନିତ୍ୟ ବୁଦ୍ଧ ନନ୍ଦ ଜୀ ମହାରାଜ ଶ୍ରୀ ରାଜେନ୍ଦ୍ର ବିଜୟ ସାହୁ, ସୁରେନ୍ଦ୍ର ପାଣ୍ଡେ, ପର୍ବତା ନନ୍ଦ ଗିରି ଯୋଗ ଦେଇଥିଲେ ।
ତପୋବନ ଇସ୍କନ ପକ୍ଷରୁ ପୁଷ୍ପ ହୋଲି ଖେଳାଯାଇ ନିଜ ନିଜ ମଧ୍ୟରେ ଭାଇଚାରାର ବାର୍ତ୍ତା ସମାଜକୁ ପ୍ରେରଣ କରାଯାଇଥିଲା ।
ରସରାଜ ରାଧିକେଶ ଦାଶ, ପୁଷ୍ପ ହୋଲି ଉପରେ ଏକ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ ।
ଏଥିରେ
ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ପ୍ରଶାସନିକ ଅଧିକାରୀ ଆରତୀ ଭୋଇ, ଡାକ୍ତର ଗୋପାଳ ଅଗ୍ରୱାଲ ମିଶନ ହସ୍ପିଟାଲ ର ଡାଇରେକ୍ଟର, ଆଡଭୋକେଟ୍ ତଥା ବିଶିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଡାକ୍ତର ଆର୍. ଏଲ୍ .ଶର୍ମା, ସମାଜସେବୀ ସର୍ଦାର ପ୍ରିତମ ସିଂ,ଅଭିଜିତ ପ୍ରଭୁ,ଜୟ ମୁକୁନ୍ଦ ପ୍ରାଣ ଦାଶ, ତୁଳସୀ ଚରଣ ଦାଶ,ଦୀପାଞ୍ଜଳୀ ୟାଦବ,ଗୀତା ମାତାଜୀ, କଲ୍ପନା ମାତାଜୀ,ସାନିଆଁ ମାତାଜୀ, ସୁରେଶ୍ଵରୀ ମାତାଜୀ,ରୀତା ମାତାଜୀ,ରସ୍ମିତା ମାତାଜୀ,ତନୁଜା ମାତାଜୀ ଓ ଆହୁରି ଅନେକ ଇସ୍କନ ଭକ୍ତ ଯୋଗଦେଇଥିଲେ ।
ଶେଷରେ ମହାପ୍ରସାଦ ସେବନ କରାଯାଇଥିଲା ।
