କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ କାଗଜ ଖବର
ମୋକ୍ଷ ପାଇବାକୁ ଯାଇ କେନାଲ ପାଣି ରେ ବୁଡି ବୃଦ୍ଧ ମୃତ, ଶବ ଉଦ୍ଧାର
ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ କେନାଲକୁ ଚନ୍ଦ୍ରଗ୍ରହଣ ସରିବା ପରେ ମୋକ୍ଷ ପ୍ରାପ୍ତି ପାଇବାକୁ ଗାଧେଇବାକୁ ଯାଇ ଉଠା ଜଳସେଚନ କେନାଲର ପ୍ରଖର ସ୍ରୋତ ରେ ଭାସିଯାଇ ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତ ଚାଚିଗୁଡା ଗ୍ରାମ ର ସୁବାସ ଦାସ (୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହ ଆଜି ଲଡୁଗାଁ ନିକଟସ୍ଥ କେନାଲ ରେ ଉଦ୍ଧାର କରାଯାଇଛି। ଆଜି ସକାଳୁ କେନାଲରେ ଶବ ଭାସୁଥିବା ଦେଖି କେନାଲ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ କହିବା ପରେ କୋକସରା ପୋଲିସ ସମେତ ଦମକଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ଦମକଳ କର୍ମଚାରୀ ପହଞ୍ଚି କେନାଲ ପାଣି ରୁ ବୃଦ୍ଧ ଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାଙ୍କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି।
