*ନୀଳମଣି କଲେଜରେ ଜାତୀୟ ବିଜ୍ଞାନ ଦିବସ ପାଳିତ*
*(ବିକଶିତ ଭାରତର ଅଗ୍ରଗତି : ବିଜ୍ଞାନ କ୍ଷେତ୍ରରେ ମହିଳା ମାନଙ୍କର ଭୂମିକା ଶୀର୍ଷକ ଆଲୋଚନାଚକ୍ର)*
ବସ୍ତା : ୨/୩ : (ନି.ପ୍ର)
ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟର ବିଜ୍ଞାନ ପରିଷଦ ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ବିକଶିତ ଭାରତର ଅଗ୍ରଗତି ଓ ବିଜ୍ଞାନ କ୍ଷେତ୍ରରେ ମହିଳା ମାନଙ୍କର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ପରିଷଦର ସାଧାରଣ ସମ୍ପାଦକ ଅଧ୍ୟାପକ ଜୟକୃଷ୍ଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ରସାଳପୁର ସ୍ଥିତ ଡ଼. ଯଦୁନାଥ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ମଧୁସ୍ମିତା ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଜ୍ଞାନ କ୍ଷେତ୍ରରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବିଶଦ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସରୋଜ କୁମାର ପାଣି, ଡ଼. ଅର୍ଦ୍ଧେନ୍ଦୁ କୁମାର ଦାସ ଓ ଶମ୍ଭୁନାଥ ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ଚନ୍ଦନ କୁମାର ଦାସ, ଡ. ଶାନ୍ତନୁ କୁମାର ଜେନା, ହରେନ୍ଦ୍ର ଗାଣ, ଅଧ୍ୟାପିକା ପିନାକ୍ଷୀ ପଣ୍ଡା ଓ କାବେରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଶୋକ ମଢୁଆଳ, ନିରୁପମା ସାହୁ, ପାୟଲ ମଣ୍ଡଳ, ମୋନାଲିସା ପରିଡା, ପ୍ରିୟବ୍ରତ ମୁର୍ମୁ, ସୁନିଲ କୁମାର ବାରିକ, ରଜତ ଦଳେଇ, ରାଜେଶ ସେଠୀ, ଆକାଶ ଦାସ, ନରୋତ୍ତମ ଦାସ, କାନ୍ଦନ ହେମ୍ବ୍ରମ ଓ ମୋନାଲିସା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଭିନ୍ନ ବିଭାଗରେ ୨୦୨୫ ମସିହା ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିଚାଳିତ ଯୁକ୍ତ-୩ ବିଜ୍ଞାନ ଡିଗ୍ରୀ ଓ ଯୁକ୍ତ-୨ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ନମ୍ୱର ରଖିଥିବା ଛାତ୍ରୀଛାତ୍ର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନୋଷ୍ଟ୍ରେଟର ବାସନ୍ତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
