ଜିଲ୍ଲାସ୍ତରୀୟ ଜାତୀୟ ଏଚ୍,ପି,ଭି, ଟୀକାକରଣ ଅଭିଯାନର ଶୁଭାରମ୍ଭ।
ବରଗଡ଼:୦୨/୦୩(ନି, ପ୍ର) ଆଜି ବରଗଡ଼ ଜିଲ୍ଲାର ଜିଲ୍ଲା ସ୍ଵାସ୍ଥ୍ୟସମିତି ବରଗଡ଼ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ହ୍ୟୁମାନ ପାପିଲୋମା ଭାଇରସ ଏଚ୍,ପି,ଭି, ଟୀକା କରଣ ର ଅଭିଯାନଶୁଭାରମ୍ଭ ମୁଖ୍ୟ ଅତିଥି ଶ୍ରୀଆଦିତ୍ୟ ଗୋଏଲ ଜିଲ୍ଲାପାଳ ବରଗଡ ଙ୍କ କରକମଲରେ ଜିଲ୍ଲାସ୍ତରୀୟ ହ୍ୟୁମାନ ପାପିଲୋମା ଭାଇରସ ଏଚ୍.ପି.ଭି. ଟିକାକରଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବରଗଡ଼ଠାରେ ଶୁଭ ଉଦଘାଟନ ହୋଇଯାଇଛି ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଉଦଘାଟିତ ସମରୋହରେ ଉପସ୍ଥିତ ଥିଲେ ଓ ଲୋକସଭା ସାଂଶାଦଙ୍କ ନୋମିନି ଶ୍ରୀ ସୁରେଶ୍ଵର ଶତପଥି, ଡ଼. କୁବେରଚନ୍ଦ୍ର ମହନ୍ତ ଜିଲ୍ଲା ମୁଖ୍ୟ ଚିକତ୍ସା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱଜିତ ଯୋଶୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୁବାଷ ଅଗ୍ରୱାଲ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟକଲ୍ୟାଣ ଓ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ ମାନେ ଓ ବିଭାଗୀୟ ସମସ୍ତ କାମର୍ମଚାରି ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କର ବକ୍ତବ୍ୟରେ ମତାମତ ଦେଇଥିଲେ ଯେ ହୁମାନ ପାପୀଲୋମା ଭାଇରସ ଟିକକରଣ ପାଇଁ ୧୪ ର ଝିଅ ମାନଙ୍କୁ ଏହି ଟୀକା ଦେବା ପାଇଁ ଆଜି ଶୁଭାରମ୍ଭ ହୋଇଛି। ବରଗଡ ଜିଲ୍ଲା ରେ ୧୨୮୪ ଜଣା ଝିଅ ଏହିଟିକା ନେବା ପାଇଁ ଯୋଗ୍ୟ ଅଛନ୍ତି। ଆଜିର ମୁଖ୍ୟ ଅତିଥିଙ୍କ ଦ୍ୱାରା ୧୪ ବର୍ଷ ର ସୁସ୍ଥ କିଶୋରୀ ମାନଙ୍କୁ ଟୀକା ଦେବା ପାଇଁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଶୁଭ ଉଦଘାଟନ କରାଗଲା। ଟିକରଣ ର ବିଶେଷ ବିବରଣୀ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ଉକ୍ତ ସଭା ରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଆଶା ଦିଦି, ଅଙ୍ଗନବାଡି ଦିଦି, ଗାଁ କଲ୍ୟାଣୀ ଦିଦି ମାନେ ସମସ୍ତେ ସଭା ରେ ଉପସ୍ଥିତ ଥିଲେ ଉକ୍ତ ମଞ୍ଚ ପରିଚହଳନା କରିଥିଲେ ଦୀପାଞ୍ଜଳି ପ୍ରଧାନ, ତାଙ୍କୁ ସହଯୋଗ କରିଥିଲେ ସୁବାଷ ଚନ୍ଦ୍ର ମିଶ୍ର।ପରିଶେଷରେ ଡ଼. ସୁବାଷ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।
