ଋଣ ଟଙ୍କା ପରିଶୋଧ ନକରିବାରୁ ଘରେ ପଡ଼ିଲା ତାଲା।
++++++++++++++++
ନୟାଗଡ଼,/ନୁଆଗାଁ ୨୮/୦୨/୨୬
ଘର ବାଡ଼ି ବନ୍ଧାଦେଇ ବ୍ୟାଙ୍କରୁ ଋଣ ନେବା ପଡ଼ିଲା ମହଙ୍ଗା,,,। ଋଣ ନେଇ ଋଣ ଟଙ୍କା ପରିଶୋଧ ନକରିବାରୁ ଘରେ ପଡ଼ିଲା ତାଲା। ସୁଚନା ମୁତାବକ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତ ବ୍ୟାଙ୍କ ଅଫ ବରୋଦା ,ଗୁମେଇ ଶାଖା ରୁ Ms.ମହିମା ଟ୍ରେଡର୍ସ ବ୍ୟବସାୟ ବୃଦ୍ଧି ପାଇଁ ୨୦୧୬ ମସିହାରେ ବାହାଡ଼ାଝୋଲାର ବାସିନ୍ଦା ଅଭିମନ୍ୟୁ ସାହୁ ୪୦ ଲକ୍ଷ ଟଙ୍କା ଋଣ ନେଇଥିଲେ।
ଏଥିପାଇଁ ଅଭିମନ୍ୟୁ ସାହୁ ବାହାଡ଼ାଝୋଲା ମୌଜା, ଖାତା ନଂ୮୯୬/୬୫୩ ପ୍ଲଟ ନଂ ୧୫୨୪/୪୮୮୭ ର ଏ ୦.୦୬ ଡିସିମିଲ ଜମି ଉପରେ ନିର୍ମିତ ପକ୍କା ଗୃହ କୁ ବ୍ୟାଙ୍କ କୁ ବନ୍ଧକ ଦେଇଥିଲେ।
ଋଣ ପରିଶୋଧ ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ସତ୍ତ୍ୱେ ଅଭିମନ୍ୟୁ ସାହୁ ଋଣ ଟଙ୍କା ପରିଶୋଧ କରିନଥିଲେ।
ଫଳରେ ବନ୍ଧକ ଥିବା ଅଭିମନ୍ୟୁ ସାହୁ ଙ୍କ
ଏ ୦ .୦୬ ଡିସିମିଲ ଜମି ସହିତ ନିର୍ମିତ ବାସଗୃହ କୁ ତା ୨୭/୦୨/୨୦୨୬ ଶୁକ୍ରବାର ଦିନ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଜବତ କରାଯାଇଛି।
ବ୍ୟବସାୟ ବୃଦ୍ଧି ପାଇଁ ବାସଗୃହ ବନ୍ଧକ ରଖି ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଅଭିମନ୍ୟୁ ସାହୁ ବ୍ୟାଙ୍କରୁ ଋଣ ନେଇଥିଲେ ହେଲେ, ବ୍ୟବସାୟରେ କ୍ଷତି ହେବାରୁ ,ଶ୍ରୀ ସାହୁ ବ୍ୟାଙ୍କ ଋଣ ଟଙ୍କା ପରିଶୋଧ କରିପାରିନଥିଲେ। କେମିତି ଏତେ ଟଙ୍କା ଶୁଝିବେ ସେହି କଥା ଭାବି
ଚିନ୍ତାରେ ଅଭିମନ୍ୟୁ ସାହୁ ମୃତ୍ୟୁ ବରଣ କରିଥିଲେ।ବ୍ୟବସାୟ ପାଇଁ ଜମି ଓ ଘର ବନ୍ଧକ ରଖି ନେଇଥିବା ୪୦ ଲକ୍ଷଟଙ୍କା ବୃଦ୍ଧି ପାଇ ସୁଧ ମୂଳ ପ୍ରାୟ ୭୦ ଲକ୍ଷ ଟଙ୍କା ହୋଇଥିବାରୁ ବ୍ୟାଙ୍କ କୁ ଏହି ଟଙ୍କା ପରିଶୋଧ କରିପାରିନଥିଲେ।
ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ୨୮/୦୨/୨୦୨୬ ଶୁକ୍ରବାର ଦିନ ବିଭାଗୀୟ ଆଇନ ଅନୁଯାୟୀ, ଋଣ ଗ୍ରହୀତା ଅଭିମନ୍ୟୁ ସାହୁ ବନ୍ଧକ ଦେଇଥିବା, ବାହାଡ଼ାଝୋଲା ଦଳେଇଭାଗ ସାହି ସ୍ଥିତ ବାସଭବନ କୁ ଜିଲ୍ଲା ମାର୍ଜିଷ୍ଟେଟ ଭବାନୀ ଶଙ୍କର ନାୟକ ଅତିରିକ୍ତ ତହସିଲଦାର ନୂଆଗାଁ, ଏନ୍ଫୋରସମେଣ୍ଟ ଅଧିକାରୀ କେଶବ ଚନ୍ଦ୍ର ପଣ୍ଡା, ରିକୋଭରି ମ୍ୟାନେଜର ପୂଜା ମାନସିଂହ ,ବ୍ୟାଙ୍କ ଅଫ ବରୋଦା ର ଚିଫ ମ୍ୟାନେଜର ଧର୍ମେନ୍ଦ୍ର କୁମାର ପ୍ରମୁଖ, ଏବଂ ବାହାଡ଼ାଝୋଲା ଫାଣ୍ଡି ପୋଲିସ ଓ ପୋଲିସ ଫୋର୍ସ ଙ୍କ ଉପସ୍ଥିତିରେ ମୃତ ଅଭିମନ୍ୟୁ ସାହୁ ଙ୍କ ଘରେ ଥିବା ସମସ୍ତ ଆସବାବ ପତ୍ର,ଓ ଧାନ ଚାଉଳ ବାହାରକୁ ବାହାର କରି ବନ୍ଧକ ଥିବା ଜମି ଓ ଘରକୁ ସିଲ୍ କରି ନିଜ ହେପାଜତକୁ ନେଇଛନ୍ତି।
ଉପରୋକ୍ତ ଜବତ ସମ୍ପତି ତା ୦୫/୦୩/୨୦୨୬ ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୬ ଘଟିକା ମଧ୍ୟରେ ଇନିଲାମ ଜରିଆରେ ବିକ୍ରି କରାଯିବ ବୋଲି ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ନୟାଗଡ଼ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ କୁମାର ପରିଡ଼ା ଙ୍କ ରିପୋର୍ଟ ଭଞଦୂତ
