ବ୍ଲକସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଦିବସ କୋଟପାଡ଼ ଗଣିତ ବିଜ୍ଞାନ କମିଟି ଦ୍ଵାରା ଆୟୋଜିତ କରାଯାଇଥିଲା ପାଖାପାଖି ୨୦ ଟି ଉଚ୍ଚବିଦ୍ୟାଳୟ ର ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ଏଥିରେ ଭାଗନେଇଥିଲେ I କମିଟିର ସମ୍ପାଦକ ଡକ୍ଟର ଗଣେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ବାବଧନରେ ଏବଂ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ସପ୍ନେଶର ନାଏକ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କମିଟିର ସଭାପତି ଶ୍ରୀଯୁକ୍ତ ମଣିପ୍ରସାଦ ପଟ୍ଟନାୟକ , NAC ଚ୍ୟାୟର ମେନ ଏମ ଶଙ୍ଖର ରାଓ ,ବିଜ୍ଞାପିତ ପରିଷଦର କାର୍ଯ୍ୟବାହୀ ଅଧିକାରୀ କମଳେଶ ମହନ୍ତ , କୋଷାଧ୍ୟକ୍ଷ ସୁଧିରଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କିରଣ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳ ପଙ୍କଜ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ରତିକାନ୍ତ ମହାନ୍ତି ଏବଂ ଅବିନାଶ ମହାପାତ୍ର ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରିନସିପାଲ ଗଙ୍ଗାଧର ପୁଜାରୀ ଏବଂ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର , ମିଷ୍ଟାନ ବିତରଣ ସହ କୋଟପାଡ଼ରେ ଛାତ୍ରଛାତ୍ରୀ ବିଜ୍ଞାନ ବିଷୟକୁ କିପରି କୌତୁହଳ ଭାବରେ ଗ୍ରହଣ କରିବେ ସେ ବିଷୟରେ ଉପସ୍ଥିତ ବୁଦ୍ଧିଜୀବଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା |
