*ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ମହିଳା ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ “ରାଜନୀତି ପୃଷ୍ଠଭୂମି ରେ ଖଡିଆଳ ଇତିହାସ” ନ ଆଲୋଚନା ଚକ୍ର ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ସ୍ନାତକ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ “ରାଜନୀତି ପୃଷ୍ଠଭୂମି ରେ ଖଡିଆଳ ଇତିହାସ” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଆଲୋଚକ ରୂପେ ପୂର୍ବତନ ନେସନାଲ କଲେଜ୍ ଅଧ୍ୟକ୍ଷ ଡଃ ମେଜର ରାମ ଚନ୍ଦ୍ର ମିଶ୍ର ଯୋଗ ଦେଇ ଖଡିଆଳ ରାଜନୀତି ପୃଷ୍ଠଭୂମିରେ ଖଡିଆଳ ଇତିହାସ କୁ ନେଇ ସ୍ଵାଧୀନତା ପୂର୍ବ ଏବଂ ପର କୁ ଆଲୋଚନା କରିଥିଲେ। ବିଶେଷ ରୂପେ ଛାତ୍ରୀ ଜୀବନରେ ଗବେଷଣାତ୍ମକ ଶିକ୍ଷା ପାଇଁ ଆଗ୍ରହ ଓ ରୁଚି ଜାଗ୍ରତ କରିବାକୁ ଆହ୍ବାନ କରୁଥିଲେ।। ଇତିହାସ ବିଭାଗ ଅଧ୍ୟାପିକା ସସ୍ମିତା ବିଶି ଯୋଗ ଦେଇ ଛାତ୍ରୀଙ୍କୁ ନିଜ ଆଲେଖ୍ୟ ପ୍ରସ୍ତୁତ ଏବଂ ଉପସ୍ଥାପନା ରେ ସହାୟକ କରିଥିଲେ। ଆଜିର ଆଲୋଚନା ଚକ୍ର ରେ ନିହା ବର୍ମା ଓ ଛାତ୍ରୀ ନିଜ ପ୍ରସ୍ତୁତ ପେପର ଉପସ୍ଥାପନ କରିଥିଲେ।
