*ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବିସ୍ମୟ ଦାସ ଙ୍କ ପରିବାର ଙ୍କୁ ଭେଟିଲେ ଢେଙ୍କାନାଳ ସାଂସଦ ଓ ପରଜଙ୍ଗ ବିଧାୟକ*
ତାଳଚେର :ତା 26/02/2026: ତାଳଚେର ଲୋକେଇପଶି ଗ୍ରାମର ବିସ୍ମୟ ଦାସ ଙ୍କର ଗତ କିଛିଦିନ ପୂର୍ବେ ସଡ଼କ ଦୁର୍ଘଟଣା ରେ ଅନୁଗୁଳ ବଇଂଣ୍ଡା ମୂଷାପାଲି ଠାରେ ମୃତ୍ୟୁ ହୋଇଥିଲା | ମୃତ ବିସ୍ମୟ ଢେଙ୍କାନାଳ ଜିଲ୍ଲାରେ ବିବାହ କରିଥିଲେ | ମୃତ ବିସ୍ମୟ ଢେଙ୍କାନାଳ ଜିଲ୍ଲାର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତା ସତ୍ୟରଞ୍ଜନ ଭୂୟାଁ ଙ୍କର ଝିଆରୀ ଜ୍ୱାଇଁ | ଆଜି ଗୁରୁବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ତାଙ୍କ ଦେଉଳବେଡା ସ୍ଥିତ ବାସଭବନ ରେ ପହଂଚି ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଥିଲେ | ଶ୍ରମିକ ନେତା ଅଶୋକ ସାମନ୍ତ, ବରୁଣ କୁମାର ସାହୁ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ପୂର୍ଣଚନ୍ଦ୍ର ବେହେରା, ଅଜୟ ସାହୁ, ସୁନୀଲ ପଟ୍ଟନାୟକ, ଶମ୍ଭୁନାଥ ବେହେରା, ଧିରେନ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
