
*ଖଡିଆଳ ସହରର ଇଂରାଜୀ ନାମ ପରିବର୍ତ୍ତନ ହେବା ନେଇ ବିଭିନ୍ନ ମହଲ ରୁ ଦାବୀ, ନିଜ ସ୍ୱତନ୍ତ୍ର ପରିଚୟରେ ଦ୍ଵନ୍ଦ ହେବା ସହ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇ ଶବ୍ଦ ଓ ଶବ୍ଦାର୍ଥ ଅନେକ ପରିବର୍ତ୍ତନ ହୁଏ*।
ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୦୨.
ସରକାର ପକ୍ଷ ରୁ ଅନେକ ନାମ ଏବଂ ତାର ଇଂରାଜି ସ୍ପେଲିଂଗ ରେ ପରିବର୍ତ୍ତନ ଆଣୁଥିବା ବେଳେ ସହରର ପ୍ରକୃତ ସ୍ବତନ୍ତ୍ର ପରିଚୟ ବଜାୟ ରହିଥାଏ। ଇଂରାଜୀ ସ୍ପେଲିଂଙ୍ଗ ରେ ଅନେକ ପରିବର୍ତ୍ତନ କାରଣ ରୁ ନିଜର ସ୍ୱତନ୍ତ୍ରତାରେ ପ୍ରଶ୍ନ ଆସିଥାଏ। ଖଡିଆଳ ସହରର ଇଂରାଜୀ ନାମ ପରିବର୍ତ୍ତନ ହେବା ନେଇ ବିଭିନ୍ନ ମହଲ ରୁ ଦାବୀ ହେଉଅଛି। ଏହା ନେଇ ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଅନେକ ପ୍ରତିକ୍ରିୟା ଆସୁଅଛି। ସହର ନିଜ ସ୍ୱତନ୍ତ୍ର ପରିଚୟରେ ଦ୍ଵନ୍ଦ ହେବା ସହ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇ ଶବ୍ଦ ଓ ଶବ୍ଦାର୍ଥ ଅନେକ ପରିବର୍ତ୍ତନ ହୁଏ। ଐତିହାସିକ କାଳରୁ ଗୋଟିଏ ସହର ପାଇଁ ତାର ନାମ ବିଶେଷ ପରିଚୟ ବହନ କରେ। ଆଦି କବି ଚୈତନ୍ୟ ଦାଶ ମଧ୍ୟ ଖଡ଼ିଆଳର ନାମ ନେଇ ଉଲ୍ଲେଖ କରିଥିଲେ। ଏଠାରେ ଆମେ ଯୁକ୍ତି ବଢିବା ଯେ ଓଡ଼ିଆ ରେ ଖଡିଆଳ ସହର ଖଡ଼ି ର ଆଳୟ ରୁ ଖଡିଆଳ ହୋଇଅଛି। କିନ୍ତୁ ଖରିଆର (Khariar) ଶବ୍ଦ ଓ ଶବ୍ଦାର୍ଥ କଣ ହେବା କଥା। ତେଣୁ ଇଂରାଜୀ ସ୍ପେଲିଙ୍ଗ ରେ ମଧ୍ୟ ଓଡ଼ିଆ ଭଳି ଲେଖିବାକୁ ବିଶେଷ ଅନୁରୋଧ। ଖଡିଆଳ (Khadial) ହେବା ଆବଶ୍ୟକ ଅଟେ।
