*ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ*
*—————————–*
ବସ୍ତା : : (ନିପ୍ର) : କାଳିପୁରସ୍ଥିତ ଆନନ୍ଦମାର୍ଗ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ମା ମଙ୍ଗଳା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀକକ୍ଷରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆନନ୍ଦ ମାର୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ଜିଲ୍ଲା ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଶିକ୍ଷୟିତ୍ରୀ ଉଷାରାଣୀ ଦାସ ଓ ଲିପି ହାଁସଦା ପ୍ରମୁଖ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ସ୍ବାସ୍ଥ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିବା ସହ ହାତଧୁଆ ସମ୍ପର୍କରେ ଅବଗତ କରାଇଥିଲେ । ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ମାନସିକତା ସୃଷ୍ଟି କରିଥାଏ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ସୁପାଲି ସିଂହ ମହାପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମନୋରମା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଅରୁଣ ମହାନ୍ତି, ଜଗନ୍ନାଥ ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମର ବଲ୍ଲଭ ତ୍ରିପାଠୀ ଓ ଦେବେନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମନସ୍ଵିନୀ ବାରିକ, ହିତେଷ୍ଣା ପ୍ରଧାନ, ଖୁସିମୟୀ ରଣା, ଶ୍ରୀଲେଖା ଜେନା ଓ ଲକ୍ଷ୍ମୀ ମୁର୍ମୁ ପ୍ରମୁଖ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ସମର ବଲ୍ଲଭ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
