*ଅସହାୟଙ୍କ ସାହାରା ସାଜିଲେ ଶୁଭକାନ୍ତ*
ଧର୍ମଶାଳା,୨୪/୦୨(ଭଞ୍ଜଦୂତ:କୁଲୁ ବରାଳ:ନିପ୍ର)
; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅଧିନ ମୁକୁନ୍ଦପୁର ଗ୍ରାମର ସନାତନ ସାହୁଙ୍କ ପୁଅ ପ୍ରମୋଦ ସାହୁ (୪୪)ଙ୍କର ଗତ ଏକ ବର୍ଷ ହେବ କୀଡନି ରୋଗରେ ପୀଡିତ ହୋଇ ପଦ୍ମିନୀ ମେଡିକାଲ୍ ଟାଙ୍ଗୀ ରେ ଚିକିତ୍ସିତ ହୋଇଆସୁଛନ୍ତି । ଆର୍ଥିକ ଅଭାବରୁ ଔଷଧ କିଣିବା ଓ ଚିକିତ୍ସା କରିବାରେ ବହୁତ ଅବହେଳାର ଶିକାର ହୋଇଛନ୍ତି । ଏହି ଖବର ପାଇବା ପରେ ଅନୁସନ୍ଧାନ ପୂର୍ବକ ସ୍ୱର୍ଣ୍ଣପ୍ରଭା ସେବା ସଙ୍ଗଠନର ପ୍ରତିଷ୍ଠାତା ଓ ସମ୍ପାଦକ ଯୁବ ସମାଜସେବୀ ଶୁଭକାନ୍ତ ବରାଳଙ୍କ ନେତୃତ୍ୟରେ ରାସନ ଓ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସେ ଜଣେ ଦିନ ମଜୁରିଆ ହୋଇଥିଲା ବେଳେ ୬ ପ୍ରାଣୀ କୁଟୁମ୍ବ ପରିବାରକୁ ପ୍ରତିପୋଷଣ କରିବା କଷ୍ଟ ହୋଇପଡୁଛି । ପୁଅଝିଅ ପାଠପଢିବା ସାଙ୍ଗକୁ ଔଷଧ କିଣିବା ଓ ଚିକିତ୍ସା ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ଚିକିତ୍ସାରେ ଧାରକରଜ କରି ଲକ୍ଷ୍ୟାଧିକ ଟଙ୍କା ସରିବା ପରେ ବି ଚିକିତ୍ସାର ସୁଧାର ହେଉନାହିଁ । ଅସହାୟ ଯନ୍ତ୍ରଣାରେ ପୀଡିତ ଦୁଃଖର ଲାଘବ ପାଇଁ ଘରେ ପହଞ୍ଚି ସଙ୍ଗଠନ ପକ୍ଷରୁ ରାସନ୍ ଓ କିଛି ଆର୍ଥିକ ସହଯୋଗ କରିଥିଲେ । ଏପରି ସେବା ମୂଳକ କାର୍ଯ୍ୟ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଭୂୟଶ୍ରୀ ପ୍ରଶଂସା କରିବା ସହ ଅନୁଷ୍ଠାନ କୁ ଧନ୍ୟବାଦ୍ ଜଣାଇଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
