ଉମରକୋଟ /23/02/26 ଆଜି ଉମରକୋଟ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷିକ ଏକ ଜନ ଶୁଣାଣି ଶିବିର ରେ ଯୋଗ ଦେଇ ବିଭିନ୍ନ ଅଭିଯୋଗ ଶୁଣାଣି ଓ ଦରଖାସ୍ତ ଗ୍ରହଣ କରିଛନ୍ତି. ଆଜିର ସର୍ବମୋଟ ବ୍ୟକ୍ତି ଗତ ଭାବେ 20 ଓ ,ସମୂହ ବ୍ୟକ୍ତିଗତ ଭାବେ 10 ଟି ଅଭିଯୋଗ ଶୁଣାଣି କରିଥିଲେ. ସେଥିମଧ୍ୟରୁ ଗୋଟିଏ ବ୍ୟକ୍ତିଗତ ମାମଲା ଫଇସଲା ହେଇଥିବା ବେଳେ ଅନ୍ୟ ମାମଲା ଗୁଡିକ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ କୁ ସ୍ଥାନାନ୍ତରିତ ହେଇଥିଲା. ଶୁଣାଣି ଶେଷରେ ଦଶ ଜଣ ଭିନ୍ନକ୍ଷମ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ହୁ୍ୱିଲ ଚେୟାର ବଣ୍ଟନ କରାଯାଇଥିଲା.ଜିଲ୍ଲା ଭିନ୍ନକ୍ଷମ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନ ସହାୟତା ରେ ତିନି ଜଣ ଭିନ୍ନକ୍ଷମ ଙ୍କୁ କୁତ୍ରିମ ଅଙ୍ଗ ଲଗାଯାଇଥିଲା. ବ୍ଲକ ର ନଅ ଗୋଟି ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ଅଙ୍ଗ ର ମାପ ନିଆଯାଇଥିବା ଦେଖାଯାଇଥିଲା.ଜିଲ୍ଲା ସାମାଜିକ ସୁରକ୍ଷା ଉଦ୍ୟମ ରେ ବିଭିନ୍ନ ଅଙ୍ଗ ଅଚଳ ବ୍ୟକ୍ତିଙ୍କୁ ଅଭିଜ୍ଞ ଡାକ୍ତର ଙ୍କ ପରାମର୍ଶ ରେ ଫିଜିଓଥୋରାପି ଚିକିତ୍ସା କରି ସୁସ୍ଥତା ର ବାର୍ତ୍ତା ଦିଆ ଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଳାପାଳ, ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସ୍ଥାନୀୟ ବିଡ଼ିଓ, ତହସିଲଦାର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଉଭୟ ଜିଲ୍ଲା ଓ ବ୍ଲକ ର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ.
