ଠିକାଦାର ମାରଣ ନିତି ଅଭିଯୋଗ ରେ ଉମରକୋଟ ଠିକାଦାର ସଂଘ ର କାମ ବନ୍ଦ ଚେତାବନୀ
ଉମରକୋଟ /23/02/26 ଆଜି ଉମରକୋଟ ଠିକାଦାର ସଂଘ ର ବହୁ ଠିକାଦାର କାମ ବନ୍ଦ ଚେତାବନୀ ଦେଇଛନ୍ତି.ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ଗତ ଜାନୁଆରୀ ତିନି ତାରିଖ ରେ ପୁରା ରାଜ୍ୟ ସରକାରୀ ଠିକା ସଂସ୍ଥା ପାଇଁ ଏକ ନିର୍ଦେଶନାମା ପତ୍ର ଆଣିଥିଲେ. ଯେଉଁଥିରେ ଟେଣ୍ଡର ପକ୍ରିୟା କୁ ଜଟିଳ ତମ ଦର୍ଶାଇ ଠିକାଦାର ସଂସ୍ଥା ଏହାକୁ ଆରମ୍ଭ ରୁ ବିରୋଧ କରିଆସୁଛି.ଯେଉଁଥିରେ ସରକାର ଙ୍କ ବିଭିନ୍ନ ସଂସ୍ଥା ରେ ଠିକା କାମ କରୁଥିବା ସରକାରୀ ସିଉକୃତି ପ୍ରାପ୍ତ ଠିକାଦାର କ୍ଷତି ସହିବ ବୋଲି ଅଭିଯୋଗ ଆଣିଛନ୍ତି.ସରକାର ଙ୍କ ଠିକାଦାର ଙ୍କ ପ୍ରତି ମାରଣ ନିତି କୁ ବିରୋଧ କରି ଉମରକୋଟ ଠିକାଦାର ସଂଘ ର କର୍ମ କର୍ତା ମାନେ ସ୍ଥାନୀୟ ପୂର୍ତ୍ତ ବିଭାଗ ସାମ୍ନାରେ ଧାରଣା ଦେଇଥିଲେ. ଏଥିରେ ଉମରକୋଟ ର ବହୁ ଠିକା ସଂସ୍ଥା ର ବ୍ୟକ୍ତି ବିଶେଷ ଏକଜୁଟ ହେଇ ସରକାର ଏହାକୁ ପୁନର୍ବିଚାର କରିବାକୁ ଦାବି କରିଥିଲେ. ନଚେତ ଆଗାମୀ ଦିନରେ ସବୁ ସରକାରୀ ଠିକା କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଥିଲେ.
