ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ (ନି :ପ୍ର -ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ନେଉଳପୋଇ ପଞ୍ଚାୟତ ବିରିଖୁଣ୍ଟି ଗ୍ରାମରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମାନ୍ୟବର ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତି ଥିଲେ l ତା -20-2-2026ରିଖରେ କଳସ ବତ୍ର ଯାତ୍ରା ହୋଇଥିଲା ଏହି ଯାତ୍ରାରେ ଦେଢସହ ମହିଳା ଗୈରିକ ବସ୍ତ୍ର ପରିଧାନ କରି ଶୋଭାଯାତ୍ରାରେ ବାହାରିଥିଲେ l ତା -21-02-26ରେ ସୂର୍ଯ୍ୟ ପୂଜା ଓ ହୋମ ଯଜ୍ଞ ହୋଇଥିଲା l ତା -22-02-26 ରିଖରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ପ୍ରଭୁ ରାଧା କୃଷ୍ଣଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ, ଏହି ଉତ୍ସବରେ ମନ୍ତ୍ରୀଙ୍କ ନୋମିନି ଶ୍ରୀଯୁକ୍ତ ରତିକାନ୍ତ ସାହୁ, M. J. ମହିମା,ସରପଞ୍ଚ ନେଉଳପୋଇ,ଶତ୍ରୁଘନ ରାଉତ, ଅମ୍ବିକା ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବଜନ କୀର୍ତ୍ତନ ଦ୍ୱାରା ପରିବେଶ ଭାବ ଓ ଆବେଗରେ ପୁରୀଉଠେ, ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତ ଓ ଗ୍ରାମବାସୀଙ୍କ ପାଇଁ ଦହିସର୍ବତ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଛି l ଗ୍ରାମର ଯୁବକ ଶ୍ରୀ ବ୍ରଜବିହାରୀ ସ୍ୱାଇଁ, ବୈଜୟନ୍ତ ପରିଡା, ଆନ୍ତଜାମି ପରିଡା, ରଞ୍ଜିତ ପରିଡା, ସୁଜିତ ପରିଡା, ରାଜେନ୍ଦ୍ର ପରିଡା, ବିରେନ ଲେଙ୍କା, ପ୍ରମୋଦ ଲେଙ୍କା, ସମରେନ୍ଦ୍ର ମହାନ୍ତି ଓ ଗ୍ରାମବାସୀଙ୍କ ତତ୍ଵା ବଧାନରେ ରାଧାକୃଷ୍ଣ ମନ୍ଦିର ମହାସମାରୋହରେ ପାଳିତ ହୋଇ ଯାଇଅଛି l
