*ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ତାଳଚେର ପୌର ମଣ୍ଡଳ ଗସ୍ତ*
ତାଳଚେର ପୌରାଞ୍ଚଳ ର ବିକାଶ ପାଇଁ ନଗର ଉର୍ନ୍ନୟନ ମନ୍ତ୍ରୀ ଙ୍କ ସହ କଥାହେଲେ ସାଂସଦ
ତାଳଚେର :ତା 22/02/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ରବିବାର ତାଳଚେର ଗସ୍ତ କରିଛନ୍ତି |ପୌରାଞ୍ଚଳ ର ଚାରୋଟି ୱାର୍ଡ 6,7,8,9 ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ପୌରାଞ୍ଚଳ ର ବିକାଶ ପାଇଁ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସହ ଫୋନ ଯୋଗେଁ କଥା ହୋଇ ପୌରାଞ୍ଚଳ ର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ |ଅନୁଗୁଳ ଜିଲ୍ଲାପାଳ ଙ୍କ ସହ କଥା ହୋଇ ତାଳଚେର ଟାଉନ ବଉଳ ଛକ ଠାରେ ଡ଼ିଏମଏଫ ରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ କହିଥିଲେ |ସାଂସଦ ପ୍ରାକ୍ତନ କାଉନ ସିଲର ଜିତେନ୍ଦ୍ର ଦାସ ଙ୍କ ବାପା ବସନ୍ତ କୁମାର ଦାସ ଙ୍କର ବିୟୋଗରେ ତାଙ୍କ ବାସଭବନ ରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ଚାରୋଟି ୱାର୍ଡ ବୁଲି ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ସମାଧାନ ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ଫୋନ କରିଥିଲେ |ସାଂସଦ ଙ୍କ ସହ ମଣ୍ଡଳ ସଭାପତି ରାଜେଶ ଦଳେଇ, ପ୍ରାକ୍ତନ ମଣ୍ଡଳ ସଭାପତି ସତ୍ୟବନ୍ତ ସାହୁ, ସୁନୀଲ ପଟ୍ଟନାୟକ, କାଉନ ସିଲର ସନ୍ତୋଷ ବେହେରା ଓ ଅନିତା ବିଶ୍ୱାଳ, ପ୍ରାକ୍ତନ କାଉନ ସିଲର ଧରିତ୍ରୀ ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
