27ପ୍ରତିଶତ ସଂରକ୍ଷଣ ଦାବି କଲା ଗୋପାଳ ଯାଦବ ସଙ୍ଘ l
ଯାଜପୁର ଦାନଗଦି ଭଞ୍ଜଦୁତ : ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥା ଆଧାରରେ ଓବିଶି ମାନଙ୍କ ପାଇଁ 27ପ୍ରତିଶତ ସଂରକ୍ଷଣ ର ସ୍ଥାନ ସଂରକ୍ଷଣ ର ବ୍ୟବସ୍ଥା ସହ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି କ୍ଷେତ୍ରରେ ପକ୍ଷପାତିତା ନୀତି ଅଵଲମ୍ବନ କରାଯିବା ଘଟଣା ରେ ତୀବ୍ର ପ୍ରତିବାଦ କରାଯାଇଛି.ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଦବ ସମାଜ କୁ ଉପଯୁକ୍ତ ସମ୍ମାନ ନ ଦେଲେ ପଞ୍ଚାୟତ ନିର୍ବାଚନ ରେ ଉଚିତ ଜବାବ ଦେବାକୁ ସଂଘ ପକ୍ଷରୁ ଚେତାବନି ଦିଆଯାଇଥିବା ଦେଖିବାକୁ ମିଳିଛି.ସୂଚନା ଯୋଗ୍ୟ ଅଲ ଓଡିଶା ଗୋପାଳ ଯାଦବ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କେନ୍ଦୁଢିପି କଦଳେଇ ମନ୍ଦିର ପ୍ରାଙ୍ଗଣ ରେ ଏକ ବନ୍ଧୁ ମିଳନ ଓ ସାଧାରଣ ସଭା ସଙ୍ଘର ସରୋଜ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସଭା ରେ ଅଲ ଓଡିଶା ଗୋପାଳ ଯାଦବ ମହାସଂଘ ସଭାପତି ନାରାୟଣ ବେହେରା, ରାଜ୍ୟ ସବଟ୍ରେଜର ସୁମିତ୍ରା ବେହେରା, ଯାଜପୁର ଜିଲ୍ଲା ସମ୍ପାଦକ ସୁଦାମ ଚରଣ ନାୟକ, ଜିଲ୍ଲାର ମହିଳା ସଭାନେତ୍ରୀ ଶଶୀ ରେଖା ଦାସ, ସମ୍ପାଦିକା ମୀନାରାଣୀ ବାରିକ , ପ୍ରତିମା ଦାସ ଙ୍କ ସହ ଜିଲ୍ଲାର କୋଣେ ଅନୁକୋଣେ ଗୋପାଳ ଯାଦବ କର୍ମକର୍ତ୍ତା ଯୋଗଦେଇଥିଲେ .ଉକ୍ତ ସଭା ରେ ସମାଜର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗୋପାଳ ସମାଜର ଗବର୍ଧନ ପ୍ରଧାନ, କାର୍ତ୍ତିକ ଗରଡିଆ ହରେକୃଷ୍ଣ ବାରିକ, ଏବଂ ମାନବଧିକାର କର୍ମୀ ବିଶ୍ୱନାଥ ପାତ୍ର ଙ୍କ ସହ ଅନ୍ୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଉକ୍ତ ସଭାରେ ଗୋପାଳ ଯାଦବ ସମାଜ ପକ୍ଷରୁ ସଙ୍ଘ ର ରାଜ୍ୟ ସଭାପତି ସଭାପତି ଯୋଗ ଦେଇ ରାଜ୍ୟରେ ଗୋପାଳ ସମାଜ କୁ ସରକାର ଅଣ ଦେଖା କରି ସଂରକ୍ଷଣ ଠାରୁ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ପକ୍ଷପାତିତା ନୀତି ଅଵଲମ୍ବନ କରାଯାଉଛି. ବିକାଶର ପରିପନ୍ଥୀରେ ଗୋପାଳ ସମାଜକୁ ଭାଗ ଭାଗ କରିବାର ଯୋଜନା କୁ ତୀବ୍ର ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି.ଏବଂ ଗୋପାଳ ସମାଜ କୁ ସରକାର ଅଣ ଦେଖା କଲେ ଚଳିତ ପଞ୍ଚାୟତ ନିର୍ବାଚନ ରେ ସାରା ରାଜ୍ୟରେ ଏହାର ପ୍ରତି ଜବାବ ଦେବାକୁ ଆହ୍ୱାନ ଦିଆଯାଇଛି.ଏହି ସଭାରେ ସୁକିନ୍ଦା, ଦାନଗଦି, କୁଆଖିଆ, କୋରେଇ, ଧର୍ମଶାଳା ବ୍ଲକ ସହ ସାରା ଜିଲ୍ଲାର ଗୋପାଳ ଯାଦବ ପରିବାର ଗୁଡିକ ଯୋଗଦେଇଥିବା ଦେଖିବାକୁ ମିଳିଛି.
