*ଖରୀଆର ରୋଡ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ, ଖରୀଆର ରୋଡ ସାମୁହିକ ବିକାଶ ରେ ଏକାକାର ହେବାର ବଦ୍ଧପରିକର ବୋଲି ଦୃଢକ୍ତି ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୦୨. ଖରୀଆର ରୋଡ ମହୋତ୍ସବ ୨୦୨୬ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ, ଖରୀଆର ରୋଡ ସାମୁହିକ ବିକାଶ ରେ ଏକାକାର ହେବାର ବଦ୍ଧପରିକର ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ଖରୀଆର ରୋଡ ସହର ଓଡ଼ିଶା ସୀମାନ୍ତବର୍ତ୍ତି ସହର ରେ କଳା ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରିବାର ପ୍ରୟାସ ମାତ୍ର। ସାଂସ୍କୃତିକ ଶୋଭାଯାତ୍ରା ରେ ଉଭୟ ମହିଳା ପୁରୁଷ ମିଳିତ ରୂପେ ବାହାରି ବିଶାଲ ମଶାଲ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଏହି ସହର ରେ ଅନନ୍ୟା ପରମ୍ପରା। ଅନେକ ଭାଷା ଅନେକ ବର୍ଗ ଏବଂ ଅନେକ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ସବୁ ପରମ୍ପରା କୁ ସମଭାବାପନ୍ନ ହୋଇ ସମାନ ଅର୍ଯ୍ୟାଦା ଦିଆଯାଇଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଭାଇ ଢୋଲକିଆ ଯୋଗ ଦେଇ ଏହି ମହୋତ୍ସବ ବିକାଶର ମହୋତ୍ସବ ଅଟେ। ତେଣୁ ଆବଶ୍ୟକ ଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ମିଳିତ ରୂପେ କାର୍ଯ୍ୟକାରୀ ଆକୁ ଆହ୍ବାନ କରିଥିଲେ। ଖଡିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍, ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ନୂଆପଡ଼ା ଏନ ଏ ସି ଅଧ୍ୟକ୍ଷ ଆଦମ ଖାନ, ରାଜୁ ଢୋଲକିଆ ପତ୍ନୀ କଳ୍ପନା ଢୋଲକିଆ, ସମାଜସେବୀ ପ୍ରମିଳା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ସଭା ରେ ମହୋତ୍ସବ ପାଳନ କମିଟି ସଭାପତି ସନ୍ଦୀପ ଶର୍ମା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରେମ ସାହୁ ବିବରଣି ପଠନ କରିଥିଲେ। ସଭାରେ ଏନ୍ ଏ ସି ନିର୍ବାହୀ ଅଧିକାରୀ କମଲ ହସନ ରଥ ପ୍ରମୁଖ ମଞ୍ଚଷିନ ହୋଇଥିଲେ। ଅନେକ ସାଂସ୍କୃତିକ ଦଳନ୍ନିଜ୍ କ୍ଲା ପ୍ରଦର୍ଶନ କରିଥିଲେ। ଦୀର୍ଘ ୫୦ ରୁ ଉର୍ଦ୍ଧ ଉନ୍ନୟନ ଷ୍ଟଲ ପ୍ରଦର୍ଶିତ ହୋଇଥିଲା।
